ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀଙ୍କ ଭାଷା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରାର ବିକାଶ ଉଦ୍ଦେଶ୍ୟରେ ଗଠିତ ହୋଇଥିବା ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ତଥା ନବନିଯୁକ୍ତ ବଲାଙ୍ଗିର ଜିଲ୍ଲା ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ ଆଜି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସେ ସାକ୍ଷାତ କରିବା ସହିତ ତାଙ୍କଠାରୁ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି । ଯେଉଁ ଉଦ୍ଦେଶ୍ୟ ନେଇ ଉନ୍ନୟନ ପରିଷଦ ଗଠନ କରାଯାଇଛି, ତାର ଲକ୍ଷ୍ୟକୁ ସାକାର କରିବା ପାଇଁ ସେ ନିରନ୍ତର ଉଦ୍ୟମ ଜାରି ରଖିବା ସହିତ ଆଦିବାସୀ ସମାଜର ବୃହତ୍ତର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ କାମ କରିବେ ବୋଲି ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ବିଶୋଇ ସୂଚନା ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାପାଳଙ୍କଠାରୁ ଦାୟିତ୍ୱ ଗ୍ରହଣ ସମୟରେ ଆଦିବାସୀ କଲ୍ୟାଣ ମହାସଂଘର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ପ୍ରଦୀପ କୁମାର ସାହୁ, ଭୁବନେଶ୍ୱର ଧରୁଆ, ପ୍ରୀତିଚନ୍ଦ୍ର ରାଏ, ଦଶରଥ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.