om academy

ସୁଶ୍ରୀ ସରୋଜା ବେହେରାଙ୍କ ଆଗଲପୁରର ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ

jsm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ତହସିଲରେ ସୁଶ୍ରୀ ସରୋଜା ବେହେରା ନୂତନ ତହସିଲଦାର ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସୁଶ୍ରୀ ବେହେରା ସମ୍ବଲପୁରରେ ଅତିରିକ୍ତ ତହସିଲଦାର ଭାବେ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଥିଲେ । ପଦୋନ୍ନତି ପାଇ ଆଗଲପୁର ତହସିଲଦାର ଭାବେ ଯୋଗଦାନ କଲେ । ପୂର୍ବରୁ ସୁଚିତା ପୁଷ୍ପା ଏହି ତହସିଲରେ ତହସିଲଦାର ଥିଲେ । ତାଙ୍କୁ ଝାରସୁଗୁଡାକୁ ବଦଳି ହୋଇଥିବା ସୂଚନା ମିଳିଛି । ନୂତନ ତହସିଲଦାରଙ୍କ ଯୋଗଦାନ ପରେ ତହସିଲରେ ଉନ୍ନତିମୂଳକ ତଥା ରାଜସ୍ବ ବିଭାଗ ପ୍ରତି ବେଶ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବେ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.