oom

ଡାହାଣୀ ସନ୍ଦେହରେ ଦଳିତ ମହିଳାଙ୍କୁ ବିଚ୍‌ ବଜାରରେ ଆକ୍ରମଣ କରି ମାଡ ମାରିଥିବା ଅଭିଯୋଗ ନେଇ ମହିଳା ଆଗଲପୁର ଥାନାର ଦ୍ୱାରସ୍ଥ

jsmm

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଜିକାର ବିଜ୍ଞାନ ଯୁଗରେ ମଧ୍ୟ ମଣିଷ ମନରୁ ଅନ୍ଧ ବିଶ୍ୱାସ ରହିଛି । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଦଳିତ ମହିଳାଙ୍କୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଅକଥନୀୟ ଅତ୍ୟାଚାର, ନିର୍ୟାତନାର ଶିକାର ହେବାକୁ ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକର ରୋତ୍‌ ଗ୍ରାମରେ । ସୂଚନାନୁସାରେ ରୋତ୍‌ ନିବାସୀ ଟଙ୍କଧର ବାରିକଙ୍କ ପତ୍ନୀ ବୁଇ ବାରିକଙ୍କୁ ଡାହାଣୀ ସନ୍ଦେହରେ ଗ୍ରାମର ଅଶ୍ୱିନୀ ପଟେଲ ନାମକ ଜଣେ ବ୍ୟକ୍ତି ତାଙ୍କୁ ଗ୍ରାମର ସାପ୍ତାହିକ ବଜାରରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ମାଡ଼ ମାରିଥିବା ଆଗଲପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୀଡ଼ିତା ମହିଳାଙ୍କ ସ୍ୱାମୀ ଆଗଲପୁର ପଂଚାୟତ ସମିତି ମହାବିଦ୍ୟାଳୟରେ ରାତ୍ର ଜଗୁଆଳି ଭାବରେ କାମ କରନ୍ତି । ସ୍ୱାମୀଙ୍କ ସହିତ ସଂପୃକ୍ତ ମହିଳା ମଧ୍ୟ କଲେଜର ମହିଳା ଛାତ୍ରୀ ନିବାସୀ ପରିସରରେ ରୁହନ୍ତି । ତେବେ ସ୍ୱାମୀ ସ୍ତ୍ରୀଙ୍କୁ ମହାବିଦ୍ୟାଳୟରେ ରହି ଡାହାଣୀ କାମ କରୁଛ କହି ଜାତି ଆକ୍ଷେପ କରି ମାଡ ମାରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା । ଡାହାଣୀ କହି ଶାଢ଼ୀ ମଧ୍ୟ ଟାଣିଥିବା ପୀଡ଼ିତା ମହିଳା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ମହିଳା ଜଣକ ମାଡ ଖାଇବା ପରେ ଡାକ୍ତରଖାନାରେ ଚିକିତ୍ସା ହେବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ପତ୍ର ସହିତ ଡାକ୍ତର ଦେଇଥିବା ଚିକିତ୍ସିତ ଫର୍‌ଦ ମଧ୍ୟ ଥାନାରେ ଦାଖଲ କରିଛନ୍ତି ମହିଳା । ଏ ବିଷୟରେ ଆଗଲପୁର ଥାନା ଅଧିକାରୀ ବାସୁଦେବ ଭୋଇଙ୍କୁ ପଚାରିବାରୁ ଅଭିଯୋଗ ପତ୍ର ତାଙ୍କ ହସ୍ତଗତ ହୋଇଛି ଏବଂ ତଦନ୍ତ କରାଯାଇ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.