oom

୩୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର

jsmm

ଖପ୍ରାଖୋଲ, (କେପିଏନଏସ) : ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସରକାର ଶହ ଶହ ଯୋଜନା କରିଥିଲେ ମଧ୍ୟ ତାହା ଲୋକଙ୍କ ଠାରୁ ବହୁତ ଦୂରରେ । ଅଣଔପଚାରିକ ଆକଳନ ଅନୁଯାୟୀ ଓଡିଶାରେ ୨.୫ ମିଲିୟନରୁ ଅଧିକ ପ୍ରବାସୀ ଶ୍ରମିକ ଅଛନ୍ତି । ବାହାରକୁ ଯାଉଥିବା ଶ୍ରମିକମାନଙ୍କ ପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କରିଛନ୍ତି କିନ୍ତୁ ଏହି ଯୋଜନା ସହିତ ଏକ ପ୍ୟାଚ ଟ୍ରାକ ରେକର୍ଡ ରହିଛି ଯେଉଁଥିରେ ଶ୍ରମିକମାନଙ୍କୁ ଦେୟ ବିଳମ୍ବ ହେବାର ଅଭିଯୋଗ ରହିଛି । ଏପ୍ରିଲ ୨୦୨୦ରେ ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମି ଦ୍ୱାରା ସଂଗୃହିତ ତଥ୍ୟରେ ଦର୍ଶାଇଛି ଯେ ଓଡିଶାରେ ବେକାରୀ ହାର ୨୩.୮% ଥିଲା, ଯାହା ଜାତୀୟ ହାରଠାରୁ ୨୩.୫% ଅଧିକ ଥିଲା । ବଲାଙ୍ଗିର ଜିଲ୍ଲା ହେଉଛି ଏକ ଦାଦନ ପ୍ରବଣ ଓ ପ୍ରବାସୀ ଶ୍ରମିକ ମାନଙ୍କର । ଏହି ଜିଲ୍ଲାରେ ଗରିବ ଶ୍ରେଣୀର ଲୋକ ପ୍ରତି ବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଥାନ୍ତି । ଦୁଇ ମାସ ଘରେ ଦଶ ମାସ ବାହାରେ ରହିଥାନ୍ତି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ଦାଦନ ଶ୍ରମିକମାନଙ୍କର ବାହାରକୁ ଯିବାକୁ ପ୍ରତିବନ୍ଧକ ଲଗାଉଥିଲେ ମଧ୍ୟ ତାହା ସଫଳ ହେଉ ନାହିଁ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ମଙ୍ଗଳବାର ଦିନ ସକାଳ ୮ଟା ବେଳେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୩୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ପେଟ୍ରୋଲିଙ୍ଗ ଟିମ ଏଏସ୍‌ଆଇ ସେୱାନ କେରକେଟା, ହାବିଲଦାର ସୁଶୀଲ ନାଏକ, କନେଷ୍ଟବଳ ସଞ୍ଜୀବ ସାହୁ, ନାଥ ଧରୁଆ, ବନମାଳୀ ଗଡବା, ମମତା ସା, କମଳ ଛୁରା ଓ ଡ୍ରାଇଭର ଫାଲ୍ଗୁନୀ ବେହେରା ଖପ୍ରାଖୋଲରୁ କୁରଲୁମାଲ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଲେ ଜେ କିଛି ଦାଦନ ଶ୍ରମିକ ଗୋଟିଏ ପିକଅପ ଗାଡ଼ିରେ ଲାଠୋର ଯିବା ପାଇଁ ଆସୁଥିଲେ, ସେମାନଙ୍କୁ କୁରଲୁମାଲ ଛକଠାରୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣା ଯାଇଥିଲା, ତାଙ୍କୁ ପଚରାଉଚରା କରିବାରୁ ଜଣାପଡିଲା ଯେ ସେମାନେ ଦାଦନ ଖଟିବାକୁ ବାହାରକୁ ଚାଲାଣ ହେଉଥିଲେ । ସୂଚନା ଅନୁଯାୟୀ ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଅଧିନସ୍ଥ କରଲାମାଲ ଗ୍ରାମର ୧୯ ଜଣ ପୁରୁଷ ଓ ମହିଳା ସମେତ ୧୨ ଜଣ ଶିଶୁ ରହିଥିବା ବେଳେ ଏମାନଙ୍କୁ ଖପ୍ରାଖୋଲ ଥାନା ଅନ୍ତର୍ଗତ କରଲାମାଲ ଗ୍ରାମର ଥିବା ଦାଦନ ଶ୍ରମିକ ଦଲାଲ ପ୍ରେମାନନ୍ଦ ପାଣ୍ଡେ (୨୨) ଓ ଲାଠୋର ଥାନା ଅନ୍ତର୍ଗତ ପୁଟକେଲଚୁଆଁ ଗ୍ରାମର ମତିରାମ ମାଝୀ (୩୨) ଲାଠୋରକୁ ନେଇ ଟ୍ରେନରେ ମାଡ୍ରାସ ପଠାଉଥିବା ଜଣାପଡିଥିଲା । ଖପ୍ରାଖୋଲ ଥାନା କେସ ନଂ. ୨୦୩/୨୧, ଧାରା ୪୨୦/୩୭୦/୩୭୪/୩୪ ଆଇପିସି /୨୫ ଅନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ କେସ ରୁଜୁ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏବଂ କେସ୍‌ ଇନଚାର୍ଜ ଅଧିକାରୀ ଏଏସ୍‌ଆଇ ନାରାୟଣ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.