lika

ଦାଦନ ଶ୍ରମିକ ଉଦ୍ଧାର : ଦାଦନ ଚାଲାଣକାରୀଙ୍କୁ ଖପ୍ରାଖୋଲ ପୋଲିସ ଦ୍ୱାରା କୋର୍ଟ ଚାଲାଣ

gbag

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପୋଲିସ ଆଜି ସକାଳୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୨୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଏଏସ୍‌ଆଇ ଶେବନ କେରକେଟା, ହାବିଲଦାର ଏସ୍‌କେ ନାଏକ, କନେଷ୍ଟବଳ ସଂଜୀବ ସାହୁ, ଜି. ନାଏକ, ସସ୍ମିତା ମିଶ୍ର ଏବଂ ଜାନକୀ ବଲ୍ଳଭ ଭୋଇ ସକାଳୁ ଖପ୍ରାଖୋଲରୁ ବୟଲସାଗର ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ବୋଲେରୋ ଏବଂ ଗୋଟିଏ କମାଣ୍ଡରକୁ ଅଟକାଇ ତଦନ୍ତ କରିବା ପରେ ଜଣାପଡିଥିଲା ଏଥିରେ ୨୬ ଜଣ ଦାଦନ ଶ୍ରମିକ ଚାଲାଣ ହେଉଥିଲେ । ଦାଦନ ଚାଲାଣ ଜଣାପଡିବା ପରେ ଦୁଇ ଗାଡିକୁ ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା । ସୂଚନା ଅନୁଯାୟୀ ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବରିପାଲି ଗ୍ରାମର ୭ ଜଣ ମହିଳା ଓ ୪ ଜଣ ପୁରୁଷ ରହିଥିବା ବେଳେ ଏମାନଙ୍କୁ ରାଜିନ୍ଦ୍ର କଠାର ନାମକ ଜଣେ ଶ୍ରମିକ ଦଲାଲ ବେଲପଡା ସିହିନୀରେ ଥିବା ଦାଦନ ସର୍ଦାର ନରେନ୍ଦ୍ର କୁମ୍ଭାରଙ୍କ ତରଫରୁ ବିଜୟବାଡା ନେଉଥିବା ଜଣାପଡିଥିଲା । ସେହିପରି ଅନ୍ୟ ଗାଡ଼ିରେ ନୂଆପଡା ଜିଲ୍ଲା ଅନ୍ତର୍ଗତ ଲଖନା ଥାନାର କୁକୁରମୁଡି ଗ୍ରାମର ଶ୍ରମିକ ଦଲାଲ ଫାରସ ମାଝୀ ସହିତ ୬ ଜଣ ମହିଳା ଓ ୭ ଜଣ ପୁରୁଷ ସହିତ ୧୩ ବର୍ଷ ଏବଂ ୩ ବର୍ଷର ଶିଶୁଙ୍କୁ ଖପ୍ରାଖୋଲ ଥାନା ଅନ୍ତର୍ଗତ କନ୍ଦେନଝୁଲା ଗ୍ରାମର ଦାଦନ ସର୍ଦାର ଗୋପ ରାଏ ତରଫରୁ ହାଇଦ୍ରାବାଦ ସ୍ଥିତ କାଲିମନଗରକୁ ଦାଦନ ଖଟାଇବାକୁ ନେଉଥିବା ଜଣାପଡିଥିଲା । ଦୁଇଜଣ ଶ୍ରମିକ ଦଲାଲ ରାଜିନ୍ଦ୍ର କଠାର ଏବଂ ଫାରସ ମାଝୀକୁ ଖପ୍ରାଖୋଲ ଥାନା କେସ ନଂ. ୧୬୦/୨୧,୧୬୧/୨୧ ଧାରା ୪୨୦,୩୭୪,୩୪, ଆଇପିସି /୨୫ ଅନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏବଂ କେସ୍‌ ଇନଚାର୍ଜ ଅଧିକାରୀ ଜୟଶଙ୍କର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

babaa
Leave A Reply

Your email address will not be published.