ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ । ଉଦ୍ଧାର ଶ୍ରମିକମାନେ ନୂଆପଡା ଜିଲ୍ଲା ସିନାପାଲି ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି । ଏକ ଟାଟା ମ୍ୟାଜିକ ଗାଡିରେ ୨ ଦଲାଲ ଚନ୍ଦ୍ରିକା ମାଝୀ ଓ ଯଦୁମଣି ଚଳାନ କଣ୍ଟାବାଞ୍ଜି ଷ୍ଟେସନକୁ ନେଇ ଯାଉଥିବା ବେଳେ ବଙ୍ଗୋମୁଣ୍ଡାର ଏକ ଛକରୁ ଉଦ୍ଧାର କରିଥିଲା । ଉଦ୍ଧାର ଶ୍ରମିକମାନଙ୍କୁ ତାଙ୍କ ନିଜ ନିଜ ଗାଁକୁ ଛାଡିଥିବା ଜଣାପଡିଛି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ୨ ଦଲାଲଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ବଙ୍ଗୋମୁଣ୍ଡା ପୋଲିସ ।
Next Post