ପାର୍ବଣ ପୂର୍ବରୁ କଟକ ପୁଲିସର କଡ଼ା ଆଭିମୁଖ୍ୟ : ଦାଦାବଟି ମାଗିଲେ ଥାନାକୁ ଭିଡ଼ିବ ପୁଲିସ’

କଟକ : ପାର୍ବଣ ପାଇଁ ଯଦି କେହି ଜବରଦସ୍ତ ଟଙ୍କା ମାଗୁଛି ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସେ’କ୍ଲବ୍‌ କିମ୍ବା ପୂଜା କମିଟିର କର୍ମକର୍ତ୍ତା ହୁଅନ୍ତୁ ନଚେତ ଅସାମାଜିକ ଯୁବକ, ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ । ଏଭଳି କିଛି କଡ଼ା ଆଭିମୁଖ୍ୟ ଦେଖାଇଛି କଟକ ପୁଲିସ । ଗଣେଶ ପୂଜାକୁ ମାତ୍ର ତିନି ସପ୍ତାହ ବାକିଥିବା ବେଳେ ଏବେଠୁ ଅସାମାଜିକ ଯୁବକ ଓ ଅମାନିଆ କମିଟିକୁ ସାବାଡ଼ କରିବାକୁ ପୁଲିସ ଏଭଳି ନୀତି ଆପଣାଇଛି । ଏନେଇ କଟକ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ମୋବାଇଲ୍‌ ନମ୍ବର ଖୁବ୍‌ଶୀଘ୍ର ଜାରି କରାଯିବ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.