ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ଦାବୀ ନେଇ ଜିଲ୍ଲା ଶିକ୍ଷକ ସଂଘ ବେଲପଡା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ନୂତନ ପେନ୍‌ସନ୍‌ ବ୍ୟବସ୍ଥା ୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ପାଇଁ ଗତକାଲି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ବେଲପଡା ବ୍ଲକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି ଏନେଇ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସଂଘ ତାରିଣୀ ମନ୍ଦିରଠାରେ ଏକତ୍ରିତ ହୋଇ ସଂଘର ବେଲପଡା ବ୍ଲକ ସଭାପତି ନରେଶ ସେଠ ଓ ସଂପାଦକ ଯୁବରାଜ ବିଭାରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଗୋଷ୍ଠୀ ଶିକ୍ଷାଧିକାରୀ ବୈକୁଣ୍ଠ ଶବର ଓ ବିଡିଓ ଭିକ୍ଟର ସୋରେନଙ୍କୁ ପ୍ରଦାନ କରିଥିଲେ । ନ୍ୟାସନାଲ ମୁଭମେଣ୍ଟ ଫର ଓଡପେନ୍‌ସନ୍‌ ସ୍କିମର ସଭାପତି ଶ୍ରୀ ସେଠଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କ ନୂତନ ପେନସନ ସ୍କିମ ଲାଗୁ ଯୋଗୁଁ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଯୋଗୁଁ ଏହାର ଉଚ୍ଛେଦ କରିବାକୁ ଦାବୀ କରିଥିଲେ । ସୂଚନା ଯୋଗ୍ୟ ଯେ, ୨୦୦୫ ନୂତନ ପେନ୍‌ସନ୍‌ ସ୍କିମ ଲାଗୁ ହେବା ପରଠାରୁ ଚାକିରି କରୁଥିବା ସମସ୍ତ କର୍ମଚାରୀଙ୍କ ଜମା ଅର୍ଥ ରାଶି ଏନ୍‌ଏସ୍‌ଡିଏଲ୍‌ ଦ୍ଵାରା ସେୟାର ବଜାରରେ ନିବେଶ କରାଯାଇଛି । ଫଳରେ ଜମା ଅର୍ଥ ରାଶିର ନିବେଶ କରଯୁକ୍ତ ରହିଛି ଯଦ୍ଵାରା ୩୦ ବର୍ଷ ଚାକିରି କାଳ ଅତିବାହିତ କରି ଅବସର ଗ୍ରହଣ କଲା ପରେ କିଏ ହଜାରେ କିଏ ବାରଶହ ତ ଆଉ କିଏ ମାତ୍ର ଦୁଇ ହଜାର ପେନସନ ପାଇଛନ୍ତି ଫଳରେ ଅବସର ଜୀବନରେ ଏହି ଟଙ୍କା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ବୋଲି ଶିକ୍ଷକ ନେତାମାନେ ପ୍ରତିବାଦ ସଭାରେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମୟରେ ଦରଦାମ ବୃଦ୍ଧି ଯୋଗୁଁ ଚଳିବା ମୁସକିଲ ହୋଇପଡିଛି ବୋଲି କହିବା ସହ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ । ଅନ୍ୟ ରାଜ୍ୟ ଗୁଡ଼ିକରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିଛନ୍ତି ତେଣୁ ରାଜ୍ୟ ସରକାର ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବୀ କରିଛନ୍ତି । ଆଗାମୀ ଦିନରେ ଦାବୀ ପୁରଣ ନହେଲେ ଜିଲ୍ଲାରୁ ପଶ୍ଚିମ ଓଡିଶା ସହ ରାଜ୍ୟ ସ୍ତରରେ ତିବ୍ରତର ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେବା ସହ ଆହ୍ୱାନ କରିଥିଲେ । ଏହି ଆନ୍ଦୋଳନରେ ନିରାକାର ମେହେର, ଦେବାନନ୍ଦ ମେହେର, ବୁଡ଼ି ବାଗ, ବିଜୟ ଲକ୍ଷ୍ଖୀ ସାହୁ, ପ୍ରଭାତି ସାହୁ, ବିପିସିଂ ନାଏକ, ଜଗଜୀବନ ଖମାରୀ, ମଣି ପାଢୀ, ବଳଦେବ ପାଢୀ, କହ୍ନେଇ ଠାକୁର, ଲୋହିତ ଗଡତ୍ୟା, ରଶ୍ମିତା ମହାନନ୍ଦ, ଅଜୟ ନିଆଲ ଜୁନିୟର ଶିକ୍ଷକ ବିଶ୍ଵନାଥ ପ୍ରଧାନ, ମାନସ ମେହେର, ଅଶୋକ ଛତ୍ରିଆ, ଜ୍ୟୋର୍ତିମୟୀ ମେହେର ଯୋଗ ଦେଇଥିବା ବେଳେ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘରୁ ଶ୍ରୀକାନ୍ତ ଖମାରୀ, ଛନ୍ଦା ପଣ୍ଡା, ଦିଲିପ ପାଢ଼ୀଙ୍କ ସହ ଶିକ୍ଷକ ନେତା ଡୋଲାମଣି ଧରୁଆ ପ୍ରମୁଖଙ୍କ ସହ ଏଥିରେ ବେଲପଡା ବ୍ଲକର ପ୍ରାୟ ୧ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିବା ବେଳେ କୃଷିବିଭାଗ, ଅଗ୍ନିଶମ ବିଭାଗ, ସ୍ଵାସ୍ଥବିଭାଗ ସହ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ଥିଲେ ।

Leave A Reply

Your email address will not be published.