ppurohit

୫୯ ନଂ ଏନ୍‌ଏଚ୍‌ ମୋହରା ଛକ ଠାରୁ ମାଲପଡା ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣ ପାଇଁ ଏସ୍‌ଡିଓଙ୍କୁ ଦାବୀପତ୍ର ପ୍ରଦାନ

2nd

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ମୋହରା ଛକଠାରୁ କପିଲାଭଟା ଭାୟା ମାଲପଡା ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରିବା ପାଇଁ ଆଜି କଣ୍ଟାବାଞ୍ଜି ସ୍ଥିତ ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଏକ ଦାବୀପତ୍ର ଏସ୍‌ଡିଓ ମାନସ ରଞ୍ଜନ ସିଂଙ୍କୁ ପ୍ରଦାନ କରାଯାଇଛି । କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇଙ୍କ ନେତୃତ୍ୱରେ ପଞ୍ଚାୟତର ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଦେବାଶିଷ ବିଶି, ସୁଦର୍ଶନ ହଂସ, ସଞ୍ଜୟ ହଂସ, ଡୋଳା ଚନ୍ଦ୍ର ହଂସ, ତୁଳସୀରାମ ହଂସ, ବିକାଶ ହଂସ, ଈଶ୍ୱର ହଂସ, କୁମର ହଂସ, ବିନୋଦ ହଂସ, କର୍ଣ୍ଣ ହଂସ, କୈଳାସ ବନଛୋର, ସନ୍ତୋଷ ହଂସ, ସ୍ୱୟମ ହଂସ, ଚିନ୍ତା ହଂସ, ସୀମାଞ୍ଚଳ ହଂସଙ୍କ ସହ ବହୁ ଲୋକ ମାନେ ଦାବୀପତ୍ର ଦେବା ସମୟରେ ଉପସ୍ଥିତ ଥିଲେ । ରାସ୍ତାର ଅନେକ ସ୍ଥାନରେ ଖାଲଖମା ଥିବା ବେଳେ ଏବେ ମରଣ ଯନ୍ତା ପାଲଟି ଥିବା ସହ ରାସ୍ତା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ର ଛାତ୍ରୀ ସହ ଜନସାଧାରଣ ମାନେ ଦୈନିକ ଯିବା ଆସିବା କରୁଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗାମୀ ଦିନରେ କୌଣସି ପ୍ରକାର ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.