
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବିଭିିନ୍ନ ଦାବୀକୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ଯୋଜନାରେ ଲୋକଙ୍କୁ ମିଳିବାରେ ଅନିୟମିତତା ହେଉଛି । ଭତ୍ତା ପାଇବାରେ ବିଳମ୍ବ ଯୋଗୁଁ ଭତ୍ତାଧାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୃଦ୍ଧ, ବୃଦ୍ଧା ବ୍ୟାଙ୍କ୍ ଆକାଉଣ୍ଟରେ ଭତ୍ତା ପଇସା କଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସ୍ଵହସ୍ତେ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ଦାବୀ ହେଉଛି । ଏହାସହ ନୂତନ ଟାର୍ଗେଟ ଆସୁ ନ ଥିବାରୁ ନୂତନ ଭାବେ ଭତ୍ତା ପାଇବା ପାଇଁ ବର୍ଷ ବର୍ଷ ବିତି ଯାଇଛି । ଏପରିକି ବହୁ ହିତାଧିକାରୀ ଭତ୍ତା ଅପେକ୍ଷାରେ ପ୍ରାଣ ହରାଉଛନ୍ତି । ଏନେଇ ଏକ ଦାବୀପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ । ଏହାସହ ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଆପର ଅମନ୍ ମହାପାତ୍ର, ବରିଷ୍ଟ ନେତା ଛାଲୁ ଷଣ୍ଢ, ରାଧେ ସାହୁ, ବିର୍ବଲ୍ ସା ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ସହ ଭତ୍ତା ଓ ସରକାରୀ ସହାୟତାରେ ଘର ପାଇନଥିବା ଯୋଗ୍ୟ ହିତାଧିକାରୀମାନେ ଉପସ୍ଥିତ ଥିଲେ ।