oom

ବିଜୁ ଛାତ୍ର ଜନତା ଦଳ ତରଫରୁ ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗରେ ସମସ୍ତ ବିଷୟ ସିଟ୍ ବୃଦ୍ଧି ନିମନ୍ତେ କୁଳପତିଙ୍କୁ ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ରାଜ୍ୟ ସମ୍ପାଦକ ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଛାତ୍ର ପ୍ରତିନିଧି ଦଳ ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗରେ ସମସ୍ତ ବିଷୟରେ ସିଟ୍ ବୃଦ୍ଧି ନିମନ୍ତେ କୁଳପତିଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଛାତ୍ର ପ୍ରତିନିଧି ଦଳ କହିଛନ୍ତି ଏହି ବର୍ଷ ଛାତ୍ରଛାତ୍ରୀଙ୍କର ପାସ ହାର ଦେଖି ଯେମିତି ସମସ୍ତ ଛାତ୍ରଛାତ୍ରୀ ଶିକ୍ଷାଦାନ ପାଇପାରିବେ ଏବଂ ନିଜ ପସନ୍ଦର ବିଷୟ ପଢି ପାରିବେ ତାଙ୍କୁ ଦୃଷ୍ଟିରେ ରଖି ସମସ୍ତ ବିଷୟରେ ସିଟ୍ ବୃଦ୍ଧି କରାଯାଉ ବୋଲି ଛାତ୍ର ପ୍ରତିନିଧି ଦଳ ଜାଣାଇଛନ୍ତି ଓ ନୂତନ ଭାବରେ ଷ୍ଟାଟିଷ୍ଟିକ, ଫିଲୋସଫି, ଏଡୁକେସନ ବିଭାଗରେ ସ୍ନାତକୋତ୍ତର ଖୋଲିବା ସହ ଏହି ବର୍ଷ ଛାତ୍ରଛାତ୍ରୀ ଯେମିତି ପଢି ପାରିବେ ତାହା ଉପରେ ଦୃଷ୍ଟି ଦେବାକୁ କୁଳପତିଙ୍କୁ ନିବେଦନ କରିଛନ୍ତି । ସବୁ ବିଷୟରେ ପିଏଚଡି ଡିଗ୍ରୀ ଖୋଲିବା ସହ ଏହି ବର୍ଷ ଯେମିତି ନାମଲେଖା ଆରମ୍ଭ ହୋଇପାରିବ, ସେ ବିଷୟରେ ମଧ୍ୟ ସୁମନ ନନ୍ଦ କୁଳପତିଙ୍କୁ ନିବେଦନ କରିଛନ୍ତି । କୁଳପତି ମଧ୍ୟ ଏହି ଦାବୀକୁ ସ୍ୱାଗତ କରିବା ସହ ଏହି ବର୍ଷ ଆରମ୍ଭ ହେବ ବୋଲି ଛାତ୍ର ପ୍ରତିନିଧିମାନଙ୍କୁ ଆଶ୍ଵାସନା ଦେଇଛନ୍ତି । ସେପ୍ଟେମ୍ବର ମାସରେ ପିଏଚ୍‌ଡି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁଳପତି ଛାତ୍ର ପ୍ରତନିଧି ଦଳକୁ ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଆଶିଷ ଗଡ଼ତିଆ, ଦିବ୍ୟରଞ୍ଜନ ପଧାନ, ଶରତ ବାଗ, ଅଙ୍କିତ ପଟେଲ, ରଞ୍ଜିତ ମେଡଲି, ନେପାଲ ବାଗ, ଝାଜିନ୍ଦ୍ର ହର୍ଣ୍ଣା, ରସାନନ୍ଦ ଷଣ୍ଢ, ଅମିରାଜ ନାୟକ, ରାଜ ବିଶ୍ଵାଳ, ଉଦିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.