ସାଉରିଆ ଓ ଘନିପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ତା’ର ପ୍ରତିକାର ନେଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଆଚଂଳିକ ଶାନ୍ତି ଓ ଉନ୍ନୟନ ପରିଷଦ, ଘୋରଡିଆ ପକ୍ଷରୁ ପ୍ରତିନିଧିମାନେ ସାଉରିଆ ଓ ଘନିପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ନେଇ ଗୁରୁବାର ଅପରାହ୍ନରେ ଡେଲାଙ୍ଗ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କୁ କାର୍ଯ୍ୟାଳୟରେ ସାକ୍ଷତ କରି ଦାବୀପତ୍ର ଦେଇଥିଲେ । ଏଥିରେ ଆଂଚଳିକ ବିକାଶ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପାତ୍ର, ସଂପାଦକ ରମେଶଚନ୍ଦ୍ର ପାଟଶାଣୀ, କାର୍ଯ୍ୟକାରୀ ସଂପାଦକ ଶଶିଶେଖର ରାୟ, ସାଉରିଆ ସରପଚଂଙ୍କ ପ୍ରତିନିଧି ଆଦିକନ୍ଦ ରାଉତରାୟ, ପରଷଦର ସଭ୍ୟ ମହମ୍ମଦ ମୁସ୍ତାକ, ଜାନକୀ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ସମସ୍ୟା ଓ ଏହାର ପ୍ରତିକାର ଉପରେ ଆଲୋଚନା କରାଯାଇଥିଲା ।

jittmm
Leave A Reply

Your email address will not be published.