ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଓଡିଶା ଇପିଏଫ୍ ପେନ୍ସନ୍ ଉପଭୋକ୍ତା ସଂଘ ତରଫରୁ ଏକ ଜରୁରୀ ବୈଠକ, ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାୟୀ ସଭାପତି ପ୍ରସନ୍ନ କୁମାର ଟେଣ୍ଡକାରୀ ସଭାପତିତ୍ୱ କରିଥିବା ବେଳେ ସଭାରେ ଭାଷ୍କର ମିଶ୍ର ବୈଠକର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ସମସ୍ତ ପେନ୍ସନ୍ ଭୋଗୀ ଉପଭୋକ୍ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ଦାବୀ କରିଛନ୍ତି । ସ୍ୱାସ୍ଥ୍ୟ ସମସ୍ୟାରେ ସମସ୍ତେ ଆର୍ଥିକ ଅନାଟନର ଶୀକାର ହୋଇଥିବା ନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରେରଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଦେବ ସିଂ ରାଉତରାୟ, ଯୁଗ୍ମ ସମ୍ପାଦକ ଗୌତମ ନାୟକ, ଅପୁ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।