om academy

ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପରିବହନ ମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ 

jsm

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବଲାଙ୍ଗିର ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ବଲାଙ୍ଗିର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଇ କୃଷି ଋଣ ଛାଡ କରାଯାଉ । ବ୍ଲକରେ ବନ୍ୟା ଜନିତ କ୍ଷୟକ୍ଷତି ତୁରନ୍ତ ଆକଳନ କରି କ୍ଷତିପୂରଣ ଦିଆଯାଉ । କାଳିଆ ଯୋଜନାରେ ଚାଷୀମାନଙ୍କୁ ଅର୍ଥରାଶି ଯୋଗାଇ ଦିଆଯାଉ । ଖାଲି ଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯାଉ । ବେରୋଜଗାରଙ୍କୁ ରୋଜଗାର ଦିଆଯାଉ । ବ୍ଲକରେ ଚାଷୀଙ୍କ ଉଦ୍ଦେଶ୍ୟରେ ଶୀତଳ ଭଣ୍ଡାର ଖୋଲାଯାଉ । ସଦର ବ୍ଲକର ସିଏଚ୍‌ସି ଓ ପିଏଚ୍‌ସିରେ ଡାକ୍ତର ଓ ନର୍ସ ଯୋଗଇଦିଆଯାଉ । ଚାଷୀଙ୍କ ପାଇଁ ଗଭୀର ନଳକୂପ ଓ ଉଠା ଜଳସେଚନ କାର୍ଯ୍ୟକ୍ଷମ କରାଯାଉ । ବୁଡି ଅଞ୍ଚଳବାସୀଙ୍କ ଅତିଶୀଘ୍ର ଉଚିତ୍ କ୍ଷତିପୂରଣ ଦିଆଯାଉ ଓ ଯୋଗ୍ୟ ହିତାଧିକାରୀଙ୍କୁ ଅତିଶୀଘ୍ର ରାସନ୍ କାର୍ଡ ଯୋଗାଇ ଦିଆଯାଉ ଭଳି ଅନେକ ଦାବୀ ନେଇ ଉକ୍ତ ଦାବୀପତ୍ରରେ ଦର୍ଶାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ପୁଟେଲ, ଜୟକୁମାର ସାହୁ, ବିପିନ ସାହୁ, ନୃପରାଜ୍ ସାହୁ, ଅଭିମନ୍ୟୁ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.