ବିବାହିତା ମହିଳାଙ୍କୁ ନ୍ୟାୟ ଦାବୀରେ ସର୍ବଭାରତୀୟ ବିଝାଂଲ ସମାଜ ପକ୍ଷରୁ ପାଟଣାଗଡ ଏସ୍‌ଡିପିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଚଂଳରେ ଜଣେ ବିବାହିତା ମହିଳାଙ୍କୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ୫ ମାସ ଧରି ଏକାଠି ରହିବା ପରେ ପୁଣି ପ୍ରତାରଣା ଦେବା ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ଆଜି ସର୍ବଭାରତୀୟ ବିଂଝାଲ ସମାଜ ପକ୍ଷରୁ ମହିଳାଙ୍କୁ ଧରି ଆଜି ପାଟଣାଗଡ ଏସ୍‌ଡିପିଓ କାର୍ଯ୍ୟାଳୟକୁ ଆସି ଯୁବକଙ୍କୁ ଗିରଫ ଦାବୀରେ ଲିଖିତ ଅଭିଯୋଗ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଲରମ୍ଭା ଥାନା ଅଇଁଲାତୁଙ୍ଗା ଗାଁର ଜଣେ ବିବାହିତା ମହିଳାଙ୍କ ସହ ସେହି ଗାଁର ଯୁବକ ବଳରାମ ଧରୁଆ ପ୍ରେମ ସମ୍ପର୍କ ରଖିଥିଲେ । ଏହା ଉଭୟ ପରିବାର ଜାଣିବା ପରେ ସ୍ଥାନୀୟ ଥାନାରେ ଉଭୟ ପତିପତ୍ନୀ ରହିବା ପାଇଁ ରାଜିନାମା ପତ୍ର ଲିଖିତ କରିଥିଲେ । ଏହାପରେ ଯୁବକ ମହିଳାଙ୍କୁ ଧରି ବଲାଙ୍ଗିର ସହରରେ ୫ ମାସ ଧରି ରହବା ପରେ ଯୁବକ ବିବାହିତା ମହିଳାଙ୍କୁ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥୁଲେ । ପରେ ମହିଳାଙ୍କୁ ଘରେ ତାଲା ମାରି ଘରୁ ଯୁବକ ବାହାରକୁ ଚାଲି ଯାଇଥିଲେ । ମହିଳାଙ୍କ ଚିତ୍କାର ପରେ ଘର ମାଲିକ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ ପରିବାର ଲୋକଙ୍କ ଚାପରେ ଯୁବକ ମହିଳାଙ୍କୁ ସ୍ତ୍ରୀ ରୁପେ ଗ୍ରହଣ କରିବାକୁ ମନା କରିଦେବା ଏବଂ ଘରୁ ଫେରାର ମାରିଥିବା ଯୋଗୁଁ ସର୍ବଭାରତୀୟ ବିଝାଂଲ ସମାଜକୁ ଲିଖିତ ଜଣାଇଥିଲେ । ଏହା ପରେ ସମାଜ ତରଫରୁ ପାଟଣାଗଡ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସମ୍ବଳିତ ୪ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀଗୁଡିକ ହେଲା ପୀଡିତା ମହିଳାଙ୍କୁ ବଳରାମଙ୍କ ସହ ରେଷ୍ଟ୍ରି ବିବାହ କରାଇ ସ୍ୱାମୀ ସ୍ତ୍ରୀ କରାଇବା । ପୀଡିତାଙ୍କୁ ଭରଣ ପୋଷଣ ପ୍ରଦାନ କରିବା । ଯୁବକଙ୍କ ପରିବାର ଲୋକଙ୍କ ନାଁରେ ଥିବା ଏତଲାକୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଆଗାମୀ ୧୫ ଦିନ ମଧ୍ୟରେ ଦାବୀ ଗୁଡିକ ପୁରଣ କରାନଗଲେ । ସର୍ବଭାରତୀୟ ବିଝାଂଲ ସମାଜ ପକ୍ଷରୁ ରାଜରାସ୍ତା ଘେରାଉ କରାଯିବାକୁ ଚେତାବନୀ ଦେଇଛନ୍ତି । ଆଜିର ଦାବୀପତ୍ର ପ୍ରଦାନ ବେଳେ ସମାଜର ଉପଲାଟ ସଭାପତି ତଥା ବଲାଙ୍ଗିର ସଭାପତି ଚନ୍ଦ୍ରଶେଖର ବାଗ, ଯୁଗଲ କିଶୋର ବରିହା, କିଶୋରଚନ୍ଦ୍ର ବରିହା, ଉଷ ବରିହା, ଚନ୍ଦ୍ରଶେଖର ବରିହା, ଗୋରେଖନାଥ ବରିହା, ଗୌରାଙ୍ଗ ବରିହା, ମହେଶ୍ୱର ବରିହା, ବିପିନ ବରିହା, ଲକ୍ଷ୍ମୀ ବରିହା, ଲୋକନାଥ ବରିହା, ନିରବତି ବରିହା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.