jayashree

ଷୋହଳ ଦଫା ଦାବୀ ନେଇ ଖପ୍ରାଖୋଲ ବ୍ଲକ କମିଟି ପାଚିକା ସହାୟିକା ସଙ୍ଘର ଦାବୀପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏମ୍‌ଡିଏମ୍‌ ପାଚିକା ସହାୟିକା ସଙ୍ଘ ତରଫରୁ ୧୬ ଦଫା ଦାବୀପତ୍ର ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏମ୍‌ଡିଏମ୍‌ ରୋଷେଇ କରୁଥିବା ଶହେରୁ ଅଧିକ ପାଚିକା ଓ ସହାୟିକା ଆଜି ଖପ୍ରାଖୋଲ ଭାରତ ପେଟ୍ରୋଲ ପମ୍ପଠାରୁ ପଦଯାତ୍ରାରେ ବାହାରି ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଏବିଇଓ ମିନିକେତନ ବରିହା ଏବଂ ଏମ୍‌ଡିଏମ୍‌ ଡାଟା ଏଣ୍ଟ୍ରି ଅପରେଟର୍‌ ସୌମ୍ୟଶ୍ରୀ ମହାନ୍ତିଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ପାଚିକା ଓ ସହାୟିକା ସଙ୍ଘ ପୂର୍ବରୁ ବହୁ ଦାବୀ ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ବେଳେ ବର୍ତ୍ତମାନ ଦିଆଯାଇଥିବା ଦାବୀଗୁଡିକ ସରକାର ଆଗାମୀ ଦିନରେ ସମାଧାନ ନ କରନ୍ତି ତେବେ ବହୁତ ବଡ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସଙ୍ଘର କର୍ମକର୍ତ୍ତା ।

Leave A Reply

Your email address will not be published.