oom

ଆଗଲପୁର ବ୍ଲକ ଗାଁ ସାଥୀ ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ତରଫରୁ ବିଡ଼ିଓ ଶଙ୍କର କେରକେଟାଙ୍କୁ ୬ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀମାନଙ୍କୁ ତାଲିମ ପ୍ରଦାନ ସାଙ୍ଗକୁ ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ, କର୍ମସ୍ଥଳୀରେ ସୁରକ୍ଷା ପ୍ରଦାନ, ମନରେଗାର ସମସ୍ତ କାର୍ଯ୍ୟରେ ଗାଁ ସାଥୀଙ୍କୁ ନିୟୋଜିତ କରିବା, ବିଶେଷ କରି ଆଗଲପୁର ବ୍ଲକ ନଅଗାଁ(ଖ) ପଂଚାୟତ ଅନ୍ତର୍ଗତ ତେତେଲଖୁଣ୍ଟି ଗ୍ରାମର ଗାଁ ସାଥୀ ସଂଯୁକ୍ତା ବିଶ୍ୱାଳ ଓ ସାନଟିକା ଗ୍ରାମର ଗାଁ ସାଥୀ ମନୋଜା ପଧାନଙ୍କ ପ୍ରତି ହୋଇଥିବା ଅବିଚାରକୁ ବିଡ଼ିଓ ନିଜେ ପ୍ରତ୍ୟକ୍ଷ ଭାବେ ତତ୍ୱବାଧାନ ପୂର୍ବକ ଉଭୟ ଗାଁ ସାଥୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଥିଲା । ବିଭିନ୍ନ ସମୟରେ ନିର୍ବାଚିତ ଜନପ୍ରତିନିଧିମାନେ ଆକ୍ରୋଶମୂଳକ ଭାବେ ଗାଁ ସାଥୀଙ୍କୁ ହଇରାଣ କରୁଥିବା ଯୋଗୁଁ ଉଦବେଗ ପ୍ରକାଶ ପାଇଥିଲା । ଦାବୀପତ୍ର ପ୍ରଦାନ ସମୟରେ ବ୍ଲକ ଗାଁ ସାଥୀ ସଂଘ ସଭାପତି ଆନନ୍ଦ ପଧାନ, ସୁବଳ ସାହୁ, ପ୍ରସନ୍ନ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.