୫ ଦଫା ଦାବୀ ନେଇ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରିର ରାଜ୍ୟ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ଦୀର୍ଘଦିନ ଧରି ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଉଛି । କିନ୍ତୁ ସେଗୁଡିକ ପୂରଣ ହେଉ ନଥିବାରୁ ରାଜ୍ୟ ସଂଘର ଆବାହନ କ୍ରମେ ମାଲକାନଗିରି ଜିଲ୍ଲା ସଂଘ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ୫ ଦଫା ସମ୍ବଳିତ ଦାବୀପତ୍ର ଜିଲ୍ଲାପାଳ ବିଶାଳ ସିଂ ଓ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କ ମାଧ୍ୟମରେ ସ୍ୱାସ୍ଥ୍ୟ ସଚିବଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ।

ବହୁମୂଖୀ ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ କରି ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଚାକିରି କାଳରେ ସର୍ବନିମ୍ନ ୪ଟି ପଦୋନ୍ନତି ଦିଆଯିବା, ଗ୍ରେଡ଼୍ ପେ ୪୨୦୦/୪୬୦୦/୪୮୦୦/ ଆର୍.ଏ.ସି.ପି.ଆକାରରେ ପ୍ରଦାନ କରିବା, ୨୦୧୩ ମସିହାରେ ଜି. ଏ. ଓ.ପି . ଜି. ବିଭାଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ତାର ବିକଳ୍ପରେ ଠିକା ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଯୁଗାନ୍ତକାରୀ ଘୋଷଣା ହୋଇଥିବା ନିର୍ଦେଶକୁ ଉଦ୍ଦିଷ୍ଠ କରିବା ଓ ଠିକା ଚାକିରି କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ନୋଷ୍ଟ୍ରାଲ ଇନକ୍ରୀମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯାଉ, ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ/ମହିଳା) ଓ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ (ପୁରୁଷ / ମହିଳା) ପଦବୀର ନାମ ପରିବର୍ତ୍ତନ କରାଯାଉ ଏବଂ ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ କରାଯାଉ ବୋଲି ଉଲ୍ଲେଖ କରଯାଇଛି ।

୫ ଦଫା ଦାବୀ ପୂରଣ କ୍ଷେତ୍ରରେ ସରକାର ଯଦି ତ୍ୱରିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସ୍ଵାସ୍ଥ୍ୟ କର୍ମୀ ମାନେ ଆସନ୍ତା ୧୪ ତାରିଖରୁ ଅସହଯୋଗ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଦାବୀ ପୂରଣ ନହେଲେ ଆସନ୍ତା ୨୧-୧୨-୨୦୨୨ ରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଏହି ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.