oom

ଚାଷୀ ସମସ୍ୟାର ସମାଧାନ ପାଇଁ ୧୯ ଦଫା ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ କିଷାନ ସଂଘର କାର୍ଯ୍ୟକର୍ତ୍ତା ଓ ଚାଷୀମାନେ ୟାଦବ ଭବନ ଠାରେ ଏକତ୍ରିତ ହୋଇ ଭାରତୀୟ କିଷାନ ସଂଘର ବ୍ୟାନର ଏବଂ ପତାକା ଧରି ଶୋଭାଯାତ୍ରାରେ ବାହାରି କଚେରି ଛକକୁ ଯାଇ ଚାଷୀର ସମସ୍ୟା ସମ୍ବନ୍ଧରେ କିଛି କିଛି ଆଲୋଚନା ସହ ସନ୍ଦେଶ ଦେଲେ । ଜିଲ୍ଲାପାଳଙ୍କୁ ଭେଟ ହେବା ପାଇଁ ୭ ଜଣିଆ ଟିମ୍‌ ଯାଇଥିଲେ । ପ୍ରତ୍ୟେକ ବିଷୟବସ୍ତୁକୁ ଆଲୋଚନା ପାଇଁ ଏଡିଏମ୍‌ ସହ ଆଲୋଚନା ନିମନ୍ତେ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ତରଫରୁ ୧୯ ଦଫା ଦାବୀ ଏଡିଏମ୍‌ ମଧ୍ୟ ଗ୍ରହଣ କରିଥିଲେ ଓ ବିଷୟବସ୍ତୁକୁ ତର୍ଜମା କରି ଉଚିତ୍‌ ପଦକ୍ଷେପ ନେବା ପାଇଁ ସ୍ୱୀକାରୋକ୍ତି ପ୍ରଦାନ କରିଛନ୍ତି । ଉକ୍ତ ସଭାରେ ରାଧାକୃଷ୍ଣ ମେହେର କାର୍ଯ୍ୟକାରିଣୀ ସଦସ୍ୟ, ମୋହନ ନାଏକ, ଆଶୁତୋଷ ବିଶ୍ୱାଳ, ଭାଗବତିଆ ନାଏକ, ଦଶମୁ ସୁନା, ଦିଲିପ ଠାକୁର ଜିଲ୍ଲା ସଦସ୍ୟ ଓ କିଶୋର ଭୋଇ ପାଟଣାଗଡ ବ୍ଲକ ସଭାପତି, ନାରାୟଣ ସାହୁ ଆଗଲପୁର ବ୍ଲକ ସଭାପତି, ଶ୍ୟାମ ସୁନ୍ଦର ସାହୁ ଦେଓଗାଁ ବ୍ଲକ ସଭାପତି, ପ୍ରହଲ୍ଲାଦ ଦାଶ ଗୁଡଭେଲା ବ୍ଲକ ସଭାପତି, ଉମାକାନ୍ତ ପଟେଲ ଖପରାଖୋଲ ବ୍ଲକ ସଭାପତି, ନାଜେର ଭୋଇ ସଇଁନ୍ତଲା ବ୍ଲକ ସଭାପତି, ଶ୍ରୀକର ପ୍ରଧାନ ପୁଇଁନ୍ତଲା ବ୍ଲକ ସଭାପତି ଓ ଅନ୍ୟାନ୍ୟ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହି ଚାଷୀର ସମସ୍ୟା ଚାଷୀ ସଂଗଠନ ମାଧ୍ୟମରେ କେମିତି ସମାଧାନ ହୋଇପାରିବ ତଥା ପ୍ୟାକ୍ସ ମାନଙ୍କରେ କଟନି ଛଟନି ବନ୍ଦ କରିହେବ, ବସ୍ତା ଫେରେଇବା ବାଧ୍ୟ କରି ହେବ ଓ ଅନ୍ୟାନ୍ୟ ଚାଷୀ ସମସ୍ୟା ପାଇଁ ସଂଗଠିତ ହେବା ନିମନ୍ତେ ନିଷ୍ପତ୍ତି ନେଲେ ।

jittmm
Leave A Reply

Your email address will not be published.