oom

ଭୁବନେଶ୍ଵରରେ ‘ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା ଭୁଲିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

jsmm

ପାଟଣାଗଡ଼, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଭୁଲିଆ ସମାଜର ଏକ ପ୍ରତିନିଧି ଦଳ ପାଟଣାଗଡ଼ ଭୁଲିଆ ଧର୍ମଶାଳାର ଉପସଭାପତି ରାଜେଶ ମେହେର ଓ ନଗର ସଭାପତି ପ୍ରଫୁଲ୍ଲ ମେହେରଙ୍କ ନେତୃତ୍ୱରେ ଭୁଲିଆ ସମାଜର କିଛି ବଦାନ୍ୟ ବ୍ୟକ୍ତି ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ ମେହେରଙ୍କ ଅନୁମୋଦନ କ୍ରମେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ନୀବାସରେ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଅନୁସାରେ ଭୁବନେଶ୍ଵର ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୁତିରେ ଏକ ‘ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ଜମି ଯୋଗାଇ ଦେବାକୁ ସେମାନେ ଅନୁରୋଧ କରିଥିଲେ । ପଶ୍ଚିମ ଓଡିଶା ଭୁିଲିଆ ସମାଜର ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଜମି ଯୋଗାଇ ଦେବାକୁ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଭବନ ନିର୍ମାଣ ହେଲେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଭୁବନେଶ୍ଵରକୁ ଡାକ୍ତରଖାନା, ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ଏହାର ଲାଭ ପାଇପାରିବେ ବୋଲି ଭୁଲିଆ ସମାଜ ପକ୍ଷରୁ କୁହାଯାଇଛି । ଏଥିପାଇଁ ଭୂଲିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ପାଟଣାଗଡ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ କୁମାର ମେହେରଙ୍କୁ ସେମାନେ କୃତଜ୍ଞାତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.