oom

ମ.ରାମପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ଶୋଭାଯାତ୍ରା ଓ ଗଣଧାରଣା : ପ୍ରତିଶୃତି ନୁହେଁ, କାର୍ଯ୍ୟକାରୀ ଦାବୀ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ମ.ରାମପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଆଜି ଛଅ ଦଫା ଦାବୀ ନେଇ ଏକ ଶୋଭାଯାତ୍ରା ସହିତ ଗଣଧାରଣା ଦେଇଥିବା ଜଣାଯାଇଛି । ମ.ରାମପୁର ବ୍ଲକ ଅଙ୍ଗନୱାଡ଼ି ସଂଘ ସଭାପତି ପଞ୍ଜୁରୀ ସୁନା ଏବଂ ସଂପାଦିକା ମଞ୍ଜୁଲତା ମିଶ୍ରଙ୍କ ନେତୃତ୍ୱରେ ମ.ରାମପୁରସ୍ଥିତ ଧର୍ମଶାଳାଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଥା ସିଡ଼ିପିଓଙ୍କ ଜରିଆରେ ଛଅ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବୀ ସମୂହ ହେଉଛି ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟମିତ କରିବା, କର୍ମୀ ଓ ସହାୟିକାଙ୍କ ବେତନ ବୃଦ୍ଧି, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ଅଙ୍ଗନୱାଡ଼ି କର୍ମୀ ମାନ୍ୟତା, ଆମ ପାଇଁ ଗ୍ରାଚୁଇଟି ଲାଗୁ କରିବା, ଶିଶୁ ବିକାଶ ଯୋଜନାକୁ ଉଚ୍ଛେଦ୍ଦ କରିବା ସହିତ ନିୟମିତ କରିବା ଆଦି ଦାବୀ ରହିଛି । ତେବେ ଏଥର ଆଉ ପ୍ରତିଶୃତି ନୁହେଁ କାର୍ଯ୍ୟକାରୀ ନ ହେବା ଯାଏଁ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସଂଘ ଚେତାବନୀ ଦେଇଛି । ଏହି ଧାରଣାରେ ମ.ରାମପୁର ପ୍ରକଳ୍ପର ପ୍ରାୟ ଦୁଇଶହରୁ ଅଧିକ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଯୋଗ ଦେଇଥିଲେ । ଏଥିରେ ରଞ୍ଜୁଲତା ପଟ୍ଟନାୟକ, ସୁକାନ୍ତି ପ୍ରହରାଜ, ରୁକୁଣୀ ପୁରୋହିତ, ପୁଷ୍ପଲତା ନାଏକ, ମଞ୍ଜୁଳା ସେଠ୍‌, ଭାଗ୍ୟବତୀ ତାଣ୍ଡି, ହେମବାଳା ପ୍ରହରାଜ, ସୁଚିତ୍ରା ଡ଼ାକୁଆ, ସୁରଭି ରଣା, ଯମୁନା ମାଝୀ, ଧ୍ୟାନବତୀ ଘିଭେଲା, ପୁଷ୍ପାଞ୍ଜଳି ପୁଝାରୀ, ବୀଣାପାଣି ସାହୁ, ଜାହ୍ନବୀ ସିଂହ, ହୀରାବତୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.