oom

ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ତହସିଲଦାରଙ୍କୁ ଦାବୀପତ୍ର

jsmm

ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଜୁଲୁମ ସହି ନ ପାରି ଆତ୍ମହତ୍ୟା ଘଟଣା
ବଙ୍ଗୋମୁଣ୍ଡା, (ଅଶୋକ ନାରାୟଣ ଭୋଇ) : କରୋନା ମାଡରେ ଅନେକ ଲୋକଙ୍କ ଜୀବିକା ଯାଇଥିବା ବେଳେ କଣ୍ଟାବାଞ୍ଜି ଅଞ୍ଚଳରେ ଥିବା ଅନେକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଋଣ ପ୍ରଦାନ ନାମରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ବିଭିନ୍ନ ଗ୍ରାମରେ ମହିଳାମାନଙ୍କୁ ଏକତ୍ରୀତ କରି ଏସଏଚଜି ଗ୍ରୁପ ନାମରେ ଋଣ ଦିଆଯାଉଥିବା ବେଳେ ଲକଡାଉନ ସମୟରେ ଟଙ୍କା ଅସୁଲି କରାଯାଉଛି । ଟଙ୍କା ସୁଝିବା ପାଇଁ ଚାପ ଦେବା ସହ ବାଧ୍ୟ ବାଧ୍ୟକତା କରାଯାଉଛି । ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଜୁଲୁମ ସହି ନ ପାରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରି ମୃତ୍ୟୁବରଣ କରିଥିବା ବେଳେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକର କୁଣ୍ଡାବୁଟୁଲା ପଞ୍ଚାୟତର ବାଦିଚକା ଗ୍ରାମରେ ମହିଳାମାନଙ୍କୁ ଋଣ ଟଙ୍କା ଦିଆାଯାଇଥିବା ବେଳେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଗ୍ରାମୀଣ କୋଟା କଣ୍ଟାବାଞ୍ଜି ଶାଖାର କର୍ମଚାରୀ ଲକଡାଉନ ସମୟରେ ଟଙ୍କା ଅସୁଲି କରିବା ପାଇଁ ଆସିଥିଲେ । ଗ୍ରାମର କଲ୍ୟାଣୀ ତେଜୀ ଟଙ୍କା ନ ଥିବାରୁ ଆର ସପ୍ତାହକୁ ଟଙ୍କା ସୁଝିବି ବୋଲି କହିଥିଲେ । କର୍ମଚାରୀଙ୍କ ଅତ୍ୟଧିକ ଚାପ ଏବଂ ଜୋରଜବରଦସ୍ତ ଯୋଗୁଁ ଘରକୁ ଆସି ଗତ ଜୁଲାଇ ୧୩ ତାରିଖରେ ଭାରସାମ୍ୟ ହରାଇ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନେଇଥିଲେ । ପରେ ତାଙ୍କୁ ଖଡିଆଳ ମିସନ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅଗଷ୍ଟ ୧ ତାରିଖରେ ମୃତ୍ୟୁ ହୋଇ ଯାଇଥିଲା । ମହିଳାଙ୍କ ମୃତ୍ୟୁ ପରେ ସ୍ୱାମୀ ଟଣ ସୁନ୍ଦର ତେଜୀ ଏବଂ ତାଙ୍କର ଦୁଇ ପୁଅ ଗୁପ୍ତେ (୪), ତେଜୁ (୨) ବର୍ଷ ବେସାହାରା ହୋଇଯାଇଛନ୍ତି । ମୃତକ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ପ୍ରଦାନ କରିବା ପାଇଁ ଦାବୀ କରିବା ସହ ଆଗାମୀ ୭ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଆଜି ଏକ ଦାବୀପତ୍ର ବଙ୍ଗୋମୁଣ୍ଡା ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ମୃତ ମହିଳାଙ୍କ ସ୍ୱାମୀ ଠଣ ସୁନ୍ଦର ତେଜୀଙ୍କ ସହ ସମାଜସେବୀ ଅଜିତ କୁମାର ଯୋଷୀ, ଦୀନବନ୍ଧୁ ତେଜୀ, ପ୍ରତାପ ତେଜୀ, ଥଣ୍ଡିଚରଣ ନାଗ, ଡିସେମ୍ବର ତେଜୀ, ଭକ୍ତ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଏ ସଂପର୍କରେ ତହସିଲଦାର ଗୁଣମଣି ସୁନାନୀ ଗ୍ରାମିଣ କୋଟାର ମ୍ୟାନେଜରଙ୍କ ସହ ଯୋଗାଯୋଗ କରିଛି ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ବୋଲି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.