oom

ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁୁମାର ପାଣୀ) : ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ପଦ୍ମପୁର ସହରରେ ପୂର୍ବରୁ ହୋଇଥିବା ପ୍ରକଳ୍ପ ଅନୁଯାୟୀ କ୍ଷୁଦ୍ର ଜଳସେଚନ ବିଭାଜିକାର କିଛି କେନାଲ ବର୍ତ୍ତମାନର ବସ୍ତି ମଧ୍ୟ ଦେଇଯାଉଛି । ଏଣୁ ବସ୍ତି ମଧ୍ୟରୁ ଯାଉଥିବା ଏହି କେନାଲଗୁଡିକର ବର୍ତ୍ତମାନ କାର୍ଯ୍ୟକାରିତା ହେଉନଥିବା ସହ ସମାନ । ହେଲେ ବର୍ଷା ଜଳ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର କିଛି ନାଳ ଏହି କେନାଲରେ ସଂଯୋଗ ହୋଇଯାଇଥିବାରୁ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି କେନାଲମାନଙ୍କରେ ଅନାବନା ବୃକ୍ଷ ଲତା ସହ ସନ୍ତସନ୍ତିଆ ବାତାବରଣ ଅହରହ ରହିଛି । ଏଣୁ ଏହି ସ୍ଥାନମାନଙ୍କରେ ମଶାମାଛି ଆଦି ବହୁ ରୋଗବ୍ୟାପୀ ଜୀବାଣୁ ବ୍ୟାକ୍ଟେରିଆ ଆଦି ସ୍ଥାନ ପାଉଛନ୍ତି । ଯାହା ଦ୍ୱାରା ପରିବେଶ ତଥା ସ୍ୱାସ୍ଥ୍ୟ ଜନିତ ହାନି ହେବାର ଆଶଙ୍କା ରହିଛି । ବର୍ଷା ଦିନରେ ଏହି କେନାଲର ମଇଲା ପାଣି ସହରର ଘର ମାନଙ୍କରେ ପଶିବାର ମଧ୍ୟ ସମ୍ଭାବନା ରହିଛି । ଏଣୁ ଏହି ସବୁ କେନାଲ ଗୁଡିକର ଯଥା ଶୀଘ୍ର ସମ୍ଭବ ସଫେଇ ସହ ଉଚ୍ଚିତ ବ୍ୟବସ୍ଥା କରିବା ପାଇଁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୦୨ର ବିଜେପି କାଉନସିଲର ଇଂଜିନିୟର କୁନାଲ ପାଣିଗ୍ରାହୀ ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ବରିଷ୍ଠ ଆଇନଜୀବୀ ହରି ସିଂ, ପ୍ରତାପ ନାଥ, ଅମିତ ଗର୍ଗ, ଦିନେଶ ବାରିକ, ମଣ୍ଟୁ ପାଣ୍ଡେ, ତଥା ୦୨ ନମ୍ବର ୱାର୍ଡର ବାସିନ୍ଦା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.