ଆଶାକର୍ମୀମାନଙ୍କ ପ୍ରୋତ୍ସାହନ ରାଶି ମିଳିବା ଦାବୀ ନେଇ ନିଖିଳ ଓଡିଶା ଆଶାକର୍ମୀ ସଂଘ ଶାଖା ପକ୍ଷରୁ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

  • ଲାଞ୍ଚୁଆ ଏଏନ୍ଏମ୍‌ ବିପିଓ ଓ ବିପିଏମ୍‌ ବାଡାଙ୍କୁ ତୁରନ୍ତ ବଦଳି
  • ୭ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତାଳା ପକାଇ ଧାରଣା ଦେବାକୁ ଚେତାବନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା ପକ୍ଷରୁ ଆଜି ୭ ଦଫା ସମ୍ବଳିତ ଦାବୀପତ୍ର ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା ସଭାନେତ୍ରୀ ଲଲିତା ବାଗଙ୍କ ନେତୃତ୍ବରେ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏକତ୍ରିତ ହୋଇ ୭ ଦଫା ସମ୍ବଳିତ ଦାବୀପତ୍ରରେ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଏଏନ୍ଏମ୍‌ କର୍ମୀ ଆଶାକର୍ମୀମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶିକୁ ଜୋରଜବରଦସ୍ତ ଟଙ୍କା ଆଦାୟ ବନ୍ଦ କରିବା, ପ୍ରତ୍ୟେକ ମାସର ନିର୍ଧାରିତ ତାରିଖରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବା । ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ରାଶିର ସଠିକ୍‌ ବିବରଣୀ ଆଶାକର୍ମୀଙ୍କୁ ପ୍ରଦାନ କରିବା, କୋଭିଡ ସମୟରେ କରିଥିବା କାର୍ଯ୍ୟ ଦିବସର ଏରିୟର ରାଶି ପ୍ରଦାନ କରିବା । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନ ୧୦ ହଜାର ଟଙ୍କା ରାଶିକୁ ଏଏନ୍ଏମ୍‌ କର୍ମୀମାନେ ଜବରଦସ୍ତ ସ୍ବତନ୍ତ୍ର ଅନୁଦାନ ରାଶି ୪ରୁ ୫ ହଜାର ଟଙ୍କା ଆଦାୟ କରିବା । କେତେ ଜଣ କାର୍ଯ୍ୟରତ ଆଶାକର୍ମୀଙ୍କୁ ଟାର୍ଗେଟ ରଖି କିଛି ମାସର ପ୍ରୋତ୍ସାହନ ରାଶି ବନ୍ଦ କରିଥିବା ରାଶି ତୁରନ୍ତ ଆଶାକର୍ମୀଙ୍କୁ ପ୍ରଦାନ କରିବା । ଲଞ୍ଚୁଆ ଏଏନ୍ଏମ୍‌, ବିପିଓ ଓ ବିପିଏମ ବାଡାଙ୍କୁ ତୁରନ୍ତ ବଦଳି କରିବା ଆଦି ଦାବୀ ରହିଛି । ଏହି ସମସ୍ୟାର ସମାଧାନ ୭ ଦିନ ମଧ୍ୟରେ ଯଦି ପୁରଣ ନହୁଏ ତେବେ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଳା ପକାଇ ଧାରଣା ଦେବାକୁ ଆଶାକର୍ମୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ସଂଘ ପକ୍ଷରୁ ୭ ଦଫା ସମ୍ବଳିତ ପ୍ରଦାନ କରାଯାଇଥିବା ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ନିର୍ଦେଶିକା ଭୂବନେଶ୍ଵର, ଡି.ପି.ଏମ୍‌ ବଲାଙ୍ଗିର, ନିଖିଳ ଓଡିଶା ଆଶାକର୍ମୀ ସଂଘ ରାଜ୍ୟ ସଭାପତି, ଜିଲ୍ଲା ସଭାପତିଙ୍କୁ ପ୍ରେରଣ କରାଯାଇଥିବା ଦାବୀପତ୍ରରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ସମୟରେ ଆଶାକର୍ମୀ ସଂଘ ଜିଲ୍ଲା ସଂଯୋଜୀକା ଆନନ୍ଦିନୀ ବିଶ୍ଵାସ ସଭାନେତ୍ରୀ ଲଲିତା ବାଗ ପୁଷ୍ପାଞ୍ଜଳି ଚୌଧୁରୀ ମଥୁରା କାଲସାଏ ସାଧବୀ ମହାନନ୍ଦ ସଂପାଦିକା ନଳିନୀପ୍ରଭା, ସଂଗିତା ହରିପାଲ କୋଷାଧ୍ୟକ୍ଷ ତପସ୍ଵିନୀ ସେଠ କୌଶଲ୍ୟା ମେହେର କୁନ୍ତୀ କୁମ୍ଭାର, ବାସନ୍ତୀ କୁଅଁର, ସୁରଦିନୀ ପ୍ରଧାନ, ସଂଯୁକ୍ତା ସାହୁ, ଉର୍ବଶୀ ସାହୁ, ସୁକାନ୍ତି ବର୍ଗତ୍ତି, ତ୍ରିବେଣୀ କୁମ୍ଭାର ପ୍ରତିମା ସରାଫ ସରୋଜିନୀ ରଣା ଜ୍ୟୋସ୍ନାମୟୀ ସାହୁ, ରାସେଶ୍ୱରୀ ଫରିକାର, ଡମନୀ ସାହୁ, କିଶୋରୀ ବରିହାଙ୍କ ସମେତ ଶତାଧିକ ଆଶାକର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!