oum

ବରଗଡ଼ ମ୍ୟୁନିସିପାଲିଟିର ୱାର୍ଡ ସଂଖ୍ୟା ବୃଦ୍ଧି ପାଇଁ ଭାଜପାର ଦାବୀପତ୍ର ପ୍ରଦାନ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ମାନ୍ୟତା ପାଇବା ପରେ ଲୋକଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି ଓ ଭୋଟରଙ୍କ ସଂଖ୍ୟା ମଧ୍ୟ ସେହି ଅନୁସାରେ ବଢ଼ିଛି । ହେଲେ ୱାର୍ଡ ସଂଖ୍ୟା ବୃଦ୍ଧି ହୋଇନାହିଁ । ଭୋଟର ଓ ଲୋକ ସଂଖ୍ୟା ଦୃଷ୍ଟିରୁ ୧୯ଟି ୱାର୍ଡରୁ ୩୦ଟି ହେବା ଦରକାର ବୋଲି ଭାଜପା ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସହର ସଂଲଗ୍ନ ପଞ୍ଚାୟତଗୁଡିକ ଏବେ ସହର ପାଲଟି ଗଲାଣି । ତୋରା, ଧାଙ୍ଗେର, ବରଡୋଲ, ଖଲିଆପାଲି ପଞ୍ଚାୟତ ଗୁଡିକରେ ନୂଆଁ ବରଗଡ଼ ସ୍ଥାପିତ ହେଲାଣି । ତୋରା ଏକ ବଡ଼ ପଞ୍ଚାୟତ ଅଟେ । ଆୟତନ ଓ ଲୋକ ସଂଖ୍ୟା ଦୃଷ୍ଟିରୁ ଏକ ଏନ୍ଏସି ସହ ସମାନ ଅଟେ । ଏହି ଅଞ୍ଚଳରେ ସହରର ଜନଜୀବନ ଲମ୍ବି ଚାଲିଛି । ସେହିପରି ଧାଙ୍ଗେର ପଞ୍ଚାୟତ ଅଞ୍ଚଳରେ ମଧ୍ୟ ନୂଆଁ ବସତି ବସିଲାଣି । ବରଡୋଲ ଓ ଖଲିଆପାଲି ପଞ୍ଚାୟତ ଗୁଡିକରେ ନୂତନ ଘର, କମ୍ପ୍ଲେକ୍ସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନିର୍ମାଣ ହେବାକୁ ଥିବା କ୍ୟାନ୍ସର କେୟାର ସେଣ୍ଟର, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପ୍ରମୁଖ ରହିଛି । ଏହି ଅନୁପାତରେ ଲୋକମାନଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି । ଆସନ୍ତା ଦିନରେ ରାଜ୍ୟ ସରକାର ଏଥିପ୍ରତି ଚିନ୍ତା କରିବା ଆବଶ୍ୟକ ଅଟେ । ଭାଜପା ପ୍ରତିନିଧି ଦଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ଅକୃର ମଲ୍ଲିକ, ସୁରେଶ୍ଵର ଶତପଥୀ, ରବିନାରାୟଣ ଦାଶ, ଅଶୋକ ପଣ୍ଡା ଓ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.