oom

ଚାରପାଲି ପଞ୍ଚାୟତରେ କୋଭିଡ ଟିକାକରଣ କ୍ୟାମ୍ପ ପାଇଁ ବିଜେପି ତରଫରୁ ଦାବୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ କୋଭିଡ ଟୀକାକରଣ ସୁବିଧା ପାଇଁ ଚାରପାଲି ପଞ୍ଚାୟତରେ ଏକ କ୍ୟାମ୍ପ ତଥା ଜନସଚେତନତା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡର ବହୁ ଅଞ୍ଚଳରେ ବର୍ତ୍ତମାନ ଯାଏଁ ସ୍ୱାସ୍ଥ୍ୟ ସେବାକୁ ନେଇ ଲୋକଙ୍କର ଧାରଣା ଏବଂ ସଚେତନତା ସେତିକି ସ୍ଵଛଳ ନଥିବା ବେଳେ ବର୍ତ୍ତମାନ କୋଭିଡ ମହାମାରୀ ପ୍ରତି ଲୋକଙ୍କ ମନରେ ଭୟ ଘର କରିଯାଇଛି । ଅନ୍ୟ ପଟେ ବହୁ ଲୋକ ସେତିକି ଶିକ୍ଷିତ ନଥିବାରୁ କୋଭିଡ ମହାମାରୀ ପାଇଁ ଚାଲିଥିବା ଟିକାକରଣ ବିଷୟରେ ବର୍ତ୍ତମାନ ସୁଦ୍ଧା ଭୟ ଓ ଭ୍ରାନ୍ତ ଧାରଣା ଯୋଗୁ ଟିକା ନେଉ ନଥିବା ବେଳେ କିଛି ଲୋକ ନିଜ ବୃଦ୍ଧାବଇା ଯୋଗୁଁ ଟୀକାକରଣ କେନ୍ଦ୍ରକୁ ଆସି ଟୀକା ନେବାରେ ଅସମର୍ଥ ଅଟନ୍ତି । ସେହି ପରି ପଦ୍ମପୁର ଅଞ୍ଚଳର ଚାରପାଲି ପଞ୍ଚାୟତ ମଧ୍ୟ ଭାଲୁକନା, ଚାରପାଲି, ହଲକାଦାଦର, ଲମ୍ବରଜୁନା, ନଗେନମାଲ, ସିଂହୀମୁଣ୍ଡା, କେନ୍ଦୁମୁଣ୍ଡା, ମହନପାଲି, ଖେମେଡ଼ଖେର ପରି ବହୁ ପଛୁଆ ତଥା ଅବିକଶିତ ଗ୍ରାମ ମାନଙ୍କୁ ନେଇ ଗଠିତ ଯାହାର ପ୍ରାୟ ଜନସଂଖ୍ୟା ପାଖାପାଖି ଚାରି ହଜାର ଥିବା ବେଳେ ଏଠାକାର ପ୍ରାୟ ଲୋକ ଚାଷବାସ ଓ ଦିନ ମଜୁରୀ କରି ନିଜର ଜୀବନ ଯାପନ କରିଥାନ୍ତି । ତେଣୁ ଟୀକାକେନ୍ଦ୍ରକୁ ଆସି ଟୀକା ନେବା ପାଇଁ ସେମାନେ ଅସମର୍ଥ ଥିବା ବେଳେ ଅଞ୍ଚଳର ପ୍ରାୟ ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ଜନସାଧରଣ ବୟସ୍କ ଓ ୫୮ ବର୍ଷରୁ ଉର୍ଦ୍ଧ୍ବର । ଏଣୁ ଏହି ଅଞ୍ଚଳରେ ଟିକାକରଣ ପାଇଁ ଏକ କ୍ୟାମ୍ପ ବା ଶିବିରର ଆୟୋଜନ କରାଗଲେ ଏହି ପଞ୍ଚାୟତର ବହୁ ଅଧିବାସୀ ମାନେ ଉପକୃତ ହେବା ସହ ଟୀକା ନେଇ ପାରିବେ ବୋଲି ଦାବୀପତ୍ର ମାଧ୍ୟମରେ ଦାବୀ ଜଣାଇଥିଲେ ବିଜେପି ଦଳ । ଏହି ସମୟରେ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହା, ରାଜବୋଡ଼ାସମ୍ବର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ସମିତି ସଭ୍ୟା ସରସ୍ଵତୀ ସାହୁ, ଡ. ନାରାୟଣ ପୁରୋହିତ, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ, ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା, ମଣ୍ଟୁ ପାଣ୍ଡେ, ରାଜିବ ବୁଦ୍ଧିଆ, ନରହରି ପାଣ୍ଡେ, ଅଶୋକ ସାହୁ, ଦିନେଶ ବାରିକ, ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ଦେଇଥିବା ବେଳେ ପଦ୍ମପୁର ଉପଖଣ୍ଡ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଗୀତା ପିୟୁସ ସିନ୍ଧୁ ମିଶ୍ର ଦାବୀ ପତ୍ର ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.