ନୂଆଁଖାଇ ଦିନ +୩ ନାମ ଲେଖା ବାତିଲ ଦାବୀରେ କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଏକ ପୁରୁଖା ତିହାର ଭାବେ ପ୍ରମୁଖ ପଶ୍ଚିମ ଓଡ଼ିଶାବାସୀ ବହୁ ଉତ୍ସାହରେ ପର୍ବ ପାଳନ କରାଯାଇଥାଏ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପଞ୍ଚମୀ ତିଥି ନୂଆଁଖାଇ ପଡୁଥିବା ବେଳେ ସରକାରଙ୍କ +୩ ଛାତ୍ରଛାତ୍ରୀ ମାନଙ୍କ ନାମ ଲେଖା ବିଜ୍ଞାପ୍ତି ଜାରି କରିଛନ୍ତି । ଯାହାଫଳରେ କି ପଶ୍ଚିମ ଓଡ଼ିଶାର ଜନସାଧାରଣ ତଥା ବୁଦ୍ଧି ଜୀବୀ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ନୂଆଁଖାଇ ଦିନ +୩ ନାମ ଲେଖା ବାତିଲ ଦାବୀରେ ଆଜି କୋଶଳ ସେନା ଓ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଭାର ପ୍ରାପ୍ତ ଉପଜିଲ୍ଲାପାଳ ତଥା ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । କୋଶଳ ସେନାର ସମ୍ବିତ ଦଣ୍ଡସେନା, ରୁଦ୍ରମଣି ମେହେର ଓ କୋଶଳ ଯୁବାମଞ୍ଚର ମହିରି ଭୁଏ, ସମିର ସିଂଦେଓ ପ୍ରମୁଖ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.