ରାସ୍ତା ନିର୍ମାଣ ପାଇଁ ପୌରାଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା : ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବଂଶଧାରା ଛାତ୍ର ନିବାସ ଠାରୁ ଏକାଡେମୀ ବ୍ଳକ -୧ ରାସ୍ତା ଶୋଚନୀୟ ହୋଇଥିବାବେଳେ ଏହି ରାସ୍ତାର ନିର୍ମାଣ ପାଇଁ ବଂଶଧାରା ଛାତ୍ରାବାସ ଓ ପୂର୍ବ ଛାତ୍ରାବାସ ଛାତ୍ରମାନେ ଦାବୀ କରିଛନ୍ତି । ବର୍ଷା ଦିନେ ଆଣ୍ଠୁଏ ପାଣି ଜମିବା ସହ ଦୁର୍ଘଟଣା ମଧ୍ୟ ଘଟୁଛି । ଏହି ରାସ୍ତା ଉପରେ ଦୁଇଟି ଛାତ୍ରାବାସର ପ୍ରାୟ ୫୦୦ ଛାତ୍ର ନିର୍ଭର କରନ୍ତି । ଆଜି ଛାତ୍ରମାନଙ୍କ ଅନୁରୋଧ କ୍ରମେ ଭବାନୀପାଟଣା ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ ବିଶ୍ୱବିଦ୍ୟାଳୟର ବଂଶଧାରା ଛାତ୍ରାବାସ ପାଖ ରାସ୍ତାର ତଦାରଖ କରିବା ସହିତ ଖୁବ୍ ଶୀଘ୍ର ଏହି ରାସ୍ତା ନିର୍ମାଣ ପାଇଁ ଛାତ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଛାତ୍ର ନେତା ଚୈତନ୍ୟ ବାଗଙ୍କ ନେତୃତ୍ୱରେ ପୌରାଧ୍ୟକ୍ଷଙ୍କୁ ରାସ୍ତା ନିର୍ମାଣ ସହ ଡଷ୍ଟବିନ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହିତ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ କୁଳପତି ଡ. ନିବେଦିତା ନାଥଙ୍କୁ ଛାତ୍ର ନେତାମାନେ ସାକ୍ଷାତ କରି ବିଶ୍ୱବିଦ୍ୟାଳୟରେ ସଫେଇ ଅଭିଯାନକୁ ତ୍ୱରାନ୍ୱିତ କରିବା ଏବଂ ବିଶ୍ୱବିଦ୍ୟାଳୟକୁ ତମାଖୁ ମୁକ୍ତ ଅଞ୍ଚଳ ଘୋଷଣା କରିବା ସକାଶେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଆଲୁମିନି ଆସୋସିଏସନର ସମ୍ପାଦକ ଅବିନାଶ ଠାକୁର, ଛାତ୍ର ନେତା ମାନସ ସିନ୍ଦୂର, ଆଶୁତୋଷ ପୂଜାରୀ, ଭେଷଜ ପାଲ, ଦୀପକ ବେହେରା, ଲୋକନାଥ ବିଶ୍ୱାଳ, ପ୍ରିୟ ରଞ୍ଜନ ନାଏକ, ରୋନକ ଭୋଇ, ଶୁଭାଶିଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.