oom

ନୃସିଂହନାଥରୁ ପୁରୀକୁ ବସ୍‌ ସେବା ଯୋଗାଇ ଦେବାକୁ ପରିବହନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ବାଣିଜ୍ୟ, ପରିବହନ, ଇସ୍ପାତ, ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମନ୍ତ୍ରୀ ମହୋଦୟ ସନ୍ଧ୍ୟାରେ ନୂଆପଡାରୁ ବରଗଡ଼ ଯାଉଥିବା ବେଳେ କେତେକ ସଚେତନ କର୍ମୀ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ । ପଦ୍ମପୁର ଠାରେ ଏକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିବା ସହ ପଦ୍ମପୁର ଠାରୁ ଶ୍ରୀକ୍ଷେତ୍ର ପୁରୀକୁ ଯାଉଥିବା ଭଲ୍‌ଭୋ ବସ୍‌କୁ ନୃସିଂହନାଥ ତୀର୍ଥକ୍ଷେତ୍ର ଠାରୁ ପୁରୀ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସାକ୍ଷାତ ସମୟରେ ଏ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଥିଲା । ମନ୍ତ୍ରୀ ଶ୍ରୀ ଜେନା ଦାବୀକୁ ଗୁରୁତର ସହ ବିଚାର କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗୋବର୍ଦ୍ଧନ ଭୋଏ, ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରୱାଲ, ସୁରେନ୍ଦ୍ର ପ୍ରତାପ ସିଂ ବରିହା, ପଙ୍କଜ ସାହୁ, ରାଜେନ୍ଦ୍ର ସେଠୀ, ସୁଭାଷିନୀ ପ୍ରଧାନ, ନନ୍ଦଲାଲ ନାୟକ, ରାଜୀବ ପଟ୍ଟନାୟକ, କୈଳାଶ ଦିଶ୍ରୀ, ସୁଶାନ୍ତ ନାଗ, ଚିନ୍ମୟ ପଣ୍ଡା, ସୁନିଲ ଅଗ୍ରୱାଲ, ଯୋଗେନ୍ଦ୍ର ଭୋଇ, ଏମ୍‌ଡି ରାଜା, ଇନ୍ଦ୍ରଜିତ ଭୋଇ, ନନ୍ଦଲାଲ ନାୟକ, ସଂଜୟ ବେହେରା, ପୁରୁଷୋତ୍ତମ ନାଏକ, ଆଶୁତୋଷ ସାହୁ, ଦିବ୍ୟ ହଂସ, ଧନସିଂ ତାଣ୍ତି, ଶୁକଦେବ ପ୍ରଧାନ, ଲୋଚନ ପ୍ରଧାନ, ବିକି ଅଗ୍ରୱାଲ, ତିଳକ ରଣା, ଅଲେଖ ସାହୁ, ଦୀପକ ଭୋଇ ଓ ଅନ୍ୟମାନେ ଦାବୀପତ୍ର ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.