jayashree

ଟିଟିଲାଗଡ଼ରେ ୧୩୨/୩୩ କେଭି ଗ୍ରୀଡ୍‌ ସ୍ଥାପନ ପାଇଁ ଶକ୍ତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅଞ୍ଚଳବାସୀ ଭୋଗୁଥିବା ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ସୋମବାର ଦିନ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ୧୩୨/୩୩ କେଭି ଗ୍ରୀଡ୍‌ ନିର୍ମାଣ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀ ସିଂହଦେଓ ଗ୍ରୀଡ୍‌ ନିର୍ମାଣର ଆବେଦନ ପତ୍ରକୁ ଗ୍ରହଣ କରିଥିବା ବେଳେ ଆଗାମୀ ଦିନରେ ଅଞ୍ଚଳବାସୀ ଏ ସମସ୍ୟାରୁ ତ୍ରାହି ପାଇବେ ବୋଲି ମୋର ବିଶ୍ୱାସ ରହିଛି ବୋଲି ନିଜର ସୋସିଆଲ୍‌ ମିଡ଼ିଆ ପେଜରେ ଲେଖିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ୍‌ ଗ୍ରୀଡ୍‌ ସ୍ଥାପନ ନହେବା ଯୋଗୁଁ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ଏହି ସମସ୍ୟା ଯାହାକି ଟିଟିଲାଗଡ଼ ସହରର ଏକ ପ୍ରମୁଖ ସମସ୍ୟା ଅଟେ । ଏହି ଗ୍ରୀଡ୍‌ ସ୍ଥାପନ ଦ୍ଵାରା ବହୁତ ଦିନର ଆଶା ପୂରଣ ହେବ ଏବଂ ବିଧାୟକ ନବୀନ ଜୈନ ଭଲ ଦାବି ଉପସ୍ଥାପନ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.