shyamal

ପଦ୍ମପୁର ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ସୀମାନ୍ତରେ ଅବସ୍ଥିତ ପଦ୍ମପୁର ଉପଖଣ୍ଡ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏଠାରେ ପ୍ରାୟତଃ ଗ୍ରାମାଞ୍ଚଳ ଗୁଡିକରେ ଜନବସତିରେ ବସବାସ କରନ୍ତି । ପଦ୍ମପୁର ଠାରେ ତତ୍‌କାଳୀନ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଲାଲ ରାଜେନ୍ଦ୍ର ସିଂ ବରିହାଙ୍କ ନିଜସ୍ୱ ଅନୁଦାନ ଦେଇ ଏକ ସରକାରୀ ଚିକିତ୍ସାଳୟ ନିର୍ମାଣ ହୋଇଥିଲା । ଏହି ଚିକିତ୍ସାଳୟ ଉପରେ ପଦ୍ମପୁର ଉପଖଣ୍ଡର ଲୋକେ ସହ ପଡୋଶୀ ନୂଆପଡ଼ା ଓ ଛତିଶଗଡ଼ର ଲୋକେ ନିର୍ଭର କରନ୍ତି । ବର୍ତ୍ତମାନ ଚିକିତ୍ସାଳୟରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡ଼ାକ୍ତର, କର୍ମଚାରୀ ଓ ଆବଶ୍ୟକୀୟ ସୁବିଧା ସୁଯୋଗ ନଥିବାରୁ ଲୋକେ ବାଧ୍ୟ ହୋଇ ବେସରକାରୀ ଚିକିତ୍ସାଳୟକୁ ଯାଉଥିବା ବେଳେ ସର୍ବସ୍ୱାନ୍ତ ହୋଇ ଶେଷବେଳକ ବୁର୍ଲା ସ୍ଥିତ ମୁଖ୍ୟ ଡାକ୍ତରଖାନାକୁ ଯାଉଥିବା ବେଳେ ମୃତ୍ୟୁ ମୁଖରେ ପଡନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସାମ୍ବାଦିକ ସଂଘରୁ ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ପ୍ରଦାନ କରାଯାଇଛି । ଦାବି ଗୁଡ଼ିକ ମଧ୍ୟରେ ଚିକିତ୍ସାଳୟ ନିର୍ମାଣ ପାଇଁ ଭୂମିଦାନ ଦେଇଥିବା ସ୍ୱର୍ଗତ ସରଳା ଦେବୀଙ୍କ ନାମରେ ନାମିତ କରିବା, ସମସ୍ତ ବିଭାଗର ଖାଳି ପଡ଼ିଥିବା ବିଶେଷଜ୍ଞ ଡ଼ାକ୍ତର ଓ ସେବୀକା କର୍ମଚାରୀ ପଦବୀ ପୁରଣକରିବା, ରଞ୍ଜନ ରଶ୍ମି ବିଭାଗ କର୍ମଚାରୀ ପଦବୀ ପୂରଣ ଓ ନବୀକରଣ କରିବା, ବ୍ଲଡ୍‌ବ୍ୟାଙ୍କରେ ରକ୍ତ ସଂଗ୍ରହ ପାଇଁ ଆଧୁନିକ କରଣ କରିବା, ଚିକିତ୍ସାଳୟରେ ଶବବାହକ ଗାଡ଼ି, ବର୍ଷା ପାଣି ନିସ୍କାସନ ପାଇଁ ଡ୍ରନେଜ୍‌ ବ୍ୟବସ୍ଥା ସହ ପରିସ୍କାର ରଖିବା, ଶିଶୁମାତୃ ଭବନରେ ଲିଫ୍ଟର ମରାମତି କରିବା, ପଦ୍ମପୁର ବରଗଡ଼ ରାସ୍ତା ସ୍ଥିତ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାୟୀ କରିବା, ଚିକିତ୍ସାଳୟରେ ଚିକିତ୍ସିତ ହୋଉଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ରୋଷେଇ କରିବା ପାଇଁ ଏକ ରୋଷେଇ ଗୃହ ନିର୍ମାଣ କରିବା, ୨୪ ଘଣ୍ଟା ଚିକିତ୍ସାଳୟ ପରିସର ଶୌଚାଳୟର ବ୍ୟବସ୍ଥା କରିବା ସହ ଅଞ୍ଚଳର ବୃହତ ଜନସ୍ୱାର୍ଥକୁ ଦୃଷ୍ଟି ରଖି ପଦକ୍ଷେପ ନେବାକୁ ସଂଘ ଦାବି କରିଛି ।

purusottam
Leave A Reply

Your email address will not be published.