ବଲାଙ୍ଗିର, (କେପିଏନ୍ଏସ୍) : ସରକାରଙ୍କ ସିଏସ୍ପି + ଯୋଜନାରେ କାର୍ଯ୍ୟରତ ସିଏସ୍ପିମାନଙ୍କୁ ସାମିଲ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ଏସ୍ବିଆଇ ସିଏସ୍ପି ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଏସ୍ବିଆଇ ସିଏସ୍ପି କର୍ମୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଏକଜୁଟ୍ ହୋଇ ସେମାନଙ୍କୁ ସିଏସ୍ପି + ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ ଜଣାଇଛନ୍ତି । ଦୀର୍ଘ ଆଠ ଦଶ ବର୍ଷ ହେଲା ସେମାନେ ଗ୍ରାମାଞ୍ଚଳ ସ୍ତରରେ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ସରକାର ଏବେ ସିଏସ୍ପି + ଯୋଜନା ଆରମ୍ଭ କରି ନୂତନ କରି ଅନ୍ୟମାନଙ୍କୁ ନିଯୁକ୍ତି ଦେବା ପାଇଁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ସେମାନଙ୍କୁ ଏହି ଯୋଜନାରେ ସରକାର ସାମିଲ କରିଛୁ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି ।