ଯୋଗାଣ ସହାୟକଙ୍କ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କ ଜରିଆରେ ଖାଦ୍ୟ ଓ ଯୋଗାଣ ବିଭାଗକୁ ଦାବୀପତ୍ର

ବେଲପଡା, (ଭୋଜରାଜ ଦଣ୍ଡସେନା) : ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ଗରିବ ହିତାଧିକାରୀମାନଙ୍କୁ ଚାଉଳ ଯୋଗାଇ ଦେଉଥିବା ବେଳେ ଯୋଗାଣ ସହାୟକମାନେ ଠିକ୍ ସମୟରେ ଲୋକଙ୍କ ପାଖକୁ ଚାଉଳ, ଗହମ ଯୋଗାଇ ଦେଉଛନ୍ତି । ବିକଳାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କୁ ଘର ଘର ଯାଇ ଚାଉଳ ବଣ୍ଟନ କରୁଛନ୍ତି । ୨୦୧୩ ମସିହାରୁ ଯୋଗାଣ ସହାୟକମାନେ କାର୍ଯ୍ୟ କରି ଆସୁଥିଲେ ହେଁ ସରକାର ତାଙ୍କୁ ଅଣଦେଖା କରୁଥିବା ସହ ଅଳ୍ପ ମୂଲ୍ୟରେ କାମ କରାଉଛନ୍ତି । ଯାହାକି ଯୋଗାଣ ସହାୟକମାନଙ୍କ ପରିବାର ଚଲାଇବା କଷ୍ଟକର ହେଉଛି ବୋଲି ସେମାନେ କହିଛନ୍ତି । ସେଥିପାଇଁ ସେମାନେ ବିଭିନ୍ନ ଦାବୀ ନେଇ ପ୍ରତ୍ୟେକ ବ୍ଳକରେ ବିଡ଼ିଓଙ୍କ ଜରିଆରେ ଖାଦ୍ୟ ଓ ଯୋଗାଣ ବିଭାଗକୁ ଦାବୀପତ୍ର ପ୍ରଦାନ କରିଛନ୍ତି । ସେହି ପରିପ୍ରେକ୍ଷୀରେ ଆଜି ବେଲପଡା ବ୍ଳକର ସମସ୍ତ ପଞ୍ଚାୟତର ଯୋଗାଣ ସହାୟକମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ତାଙ୍କର ଦାବୀ ହେଉଛି ଯୋଗାଣ ସହାୟକ ଚାକିରି ସ୍ଥାୟୀ କରିବା ସହ ୨୫୦୦୦ ଟଙ୍କା ଦରମା ଦିଆଯାଉ, ଯୋଗାଣ ସହାୟକଙ୍କ ନାଁରେ ପିଡିଏସ୍‌ ଲାଇସେନ୍ସ ଦିଆଯାଉ, ଯୋଗାଣ ସହାୟକଙ୍କୁ ମୃତ୍ୟୁକାଳୀନ ସହାୟତା ଦେଇ ତାଙ୍କ ପରିବାରରୁ ଜଣକୁ ଚାକିରି ଦିଆଯାଉ, ଯୋଗାଣ ସହାୟକକୁ ପଞ୍ଚାୟତ ରାଜ ବିଭାଗରୁ ବିବୃତ କରି ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ କରାଯାଉ ଓ ଏସିଷ୍ଟାଣ୍ଡ ସପ୍ଳାଏ ଇନ୍ସପେକ୍ଟରରେ ନାମିତ କରାଯାଉ, ଇପୋଏସ୍ ଡିଭାଇସ୍ ପରିଚାଳନାର ପ୍ରତ୍ସୋହନ ରାଶି ଯୋଗାଣ ସହାୟକଙ୍କୁ ପ୍ରଦାନ କରାଯାଉ, ମାସିକ ପିଡ଼ିଏସ୍ ବଣ୍ଟନରେ ୨% ନିଅଣ୍ଟ ଭରଣା ଦିଆଯାଉ । ଉକ୍ତ ଦାବୀପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ଡୋଲାମଣୀ ସାହୁ, ସଭାପତି ତନ୍ମୟ ଦାସ, ନାରାୟଣ ଯୁଏଡଙ୍କ ସମସ୍ତ ଯୋଗାଣ ସହାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.