oom

ଓଡିଶା ବରିଷ୍ଠ କଳାକାର ମହାମଞ୍ଚ ପକ୍ଷରୁ ଦାବୀପତ୍ର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାମଞ୍ଚ ପକ୍ଷରୁ ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ କଳାକାର ଗୀତା ସ୍ୱାଇଁଙ୍କ ନେତୃତ୍ୱରେ କଳାକାରମାନେ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦୋ୍ୟରେ ବିଡ଼ିଓ ଜସ୍ମିନ ପ୍ରଧାନଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କଳାକାରମାନଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ପ୍ରଦାନ କରାଯାଉଥିବା ୧୨ ଶହ ଟଙ୍କାକୁ ୩ ହଜାର ଟଙ୍କା ପ୍ରଦାନ କରି ଉକ୍ତ ଟଙ୍କାକୁ ଭତ୍ତା ଆକାରରେ ପ୍ରଦାନ, କାଳାକାରଙ୍କ ମୃତ୍ୟୁ ପରେ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ପେନସନ ପ୍ରଦାନ, ପ୍ରକୃତ କଳାକାରଙ୍କୁ ଚୟନ କରିବା ନେଇ ଦାବୀପତ୍ରରେ ଉଲ୍ଲେଖ ରହିଛି । କଳାକାର ସଙ୍ଘର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ଉପ ସଭାପତି ସଂକର୍ଷଣ ସାବତ, ପ୍ରଦୀପ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୋମନାଥ ଗୌଡ଼, ଗାନ୍ଧୀ ପଟନାୟକ, ନୀଳକଣ୍ଠ ପଣ୍ଡା, ବିପ୍ର ଚରଣ ମହାରଥା, କିଶୋର ବୈଠାରୁ, ଏସ. ବାବୁରାଓ, ପୁରସ୍ତମ ନାୟକ ପ୍ରମୁଖଙ୍କ ସହ ଗଞ୍ଜାମ ସହରାଞ୍ଚଳ ଓ ବ୍ଲକର ବିଭିନ୍ନ ଗ୍ରାମର କଳାକାରମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.