ନାବାଳିକାକୁ ଅପହରଣ ଘଟଣା : ମୁରିବାହାଲ ଆଇଆଇସିଙ୍କୁ ଦାବୀପତ୍ର ଦେଲା ବ୍ଲକ ଯାଦବ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସାଲେପଡା ଗାଁର ଜଣେ ନାବାଳିକା କଲେଜ ଛାତ୍ରୀକୁ ଅପହରଣ କରିବା ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଆଜି ମୁରିବାହାଲ ବ୍ଲକ ଯାଦବ ମହାସଭା ପକ୍ଷରୁ ବଲାଙ୍ଗିର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ମୁରିବାହାଲ ଆଇଆଇସିଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ସାଲେପଡା ଗାଁର ଜଣେ ନାବାଳିକା ଛାତ୍ରୀ ମୁରିବାହାଲ ପଞ୍ଚାୟତ ସମିତି ମହାବିଦ୍ୟାଳୟ (ଯୁକ୍ତ-୨)କୁ ପାଠ ପଢିବା ପାଇଁ ଯାଇଥିବା ବେଳେ ସେହି ଗାଁର ଇନ୍ଦ୍ର ଦୀପ ନାମକ ଜଣେ ଯୁବକ ଅପହରଣ କରିଥିବା ନେଇ ମୁରିବାହାଲ ଥାନାରେ ଏତଲା ଦିଆଯାଇଥିଲା । ହେଲେ ଘଟଣା ଘଟିବାର ଦେଢ଼ ମାସ ହେବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ମହାସଭା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ଯଦି ଆଗାମୀ ୭ ଦିନ ମଧ୍ୟରେ ପୋଲିସ ପଦକ୍ଷେପ ନ ନେଲେ ମୁରିବାହାଲ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

jittmm
Leave A Reply

Your email address will not be published.