jayashree

ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଲାଗି ରହିଥିବା କିଛି ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ ଆଦିବାସୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀଗୁଡ଼ିକ ହେଲା ୧- ଟିଟିଲାଗଡ ତଥା ଆଖପାଖ ଅଞ୍ଚଳରେ ପୂର୍ବରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯାଉଥିଲା କିନ୍ତୁ ଚଳିତ ବର୍ଷ କରାଯାଉନାହିଁ ଯାହା ଫଳରେ ଯେଉଁ ଗ୍ରାମମାନଙ୍କରେ ପାଇପ ସପ୍ଲାଏ ପାଣିର ବ୍ୟବସ୍ଥା ନାହିଁ ସେହି ଗ୍ରାମବାସୀମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ୨- ଟିଟିଲାଗଡ ବ୍ଲକ ଲୁଥୁରବନ୍ଧ ଗ୍ରାମ ପଞ୍ଚାୟତର ମହଦା ଗ୍ରାମରେ ପ୍ରସ୍ତାବିତ ପାର୍କ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ତୁରନ୍ତ ପରିବର୍ତ୍ତନ କରାଯାଇ ଖାଲିଥିବା ଅନ୍ୟ ସରକାରୀ ଜାଗାରେ ନିର୍ମାଣ ଦାବୀ ସହ ଗ୍ରାମବାସୀ ଚାହୁଁ ଥିବା ସ୍ଥାନରେ ପାର୍କ ନିର୍ମାଣ କରାଯାଉ, ୩- ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲୁଥୁରବନ୍ଧ ପଞ୍ଚାୟତର ମହଦା ଗ୍ରାମ, ସାଗୁନା ମୁଣ୍ଡା ଏବଂ ଲୁଥୁରବନ୍ଧ ଗ୍ରାମ ମଝିରେ ଥିବା ଘିସିରି ପାହାଡ ଆଦିବାସୀମାନଙ୍କର ଦେବା ଦେବୀ, ତେଣୁ ଆଦିବାସୀ ସଂସ୍କୃତି ସହିତ ଯୋଡି ହୋଇଥିବା ପାହାଡ ପର୍ବତକୁ ଲାଭ ଖୋର କମ୍ପାନୀକୁ ଲିଜ ମାଧ୍ୟମରେ ଟେକି ଦେବା ପରିତାପର ବିଷୟ, ସେଥି ପାଇଁ ଲିଜ ବାତିଲ କରିବାକୁ ଦାବୀ, ୪ – କୁସକେଲା ଗ୍ରାମ ପଞ୍ଚାୟତର ଡଙ୍ଗର ପଡ଼ା ନିକଟରେ କଳାହାଣ୍ଡି ଜିଲ୍ଲାର କର୍ଲା ସୋଡା ନିକଟ ଅବସ୍ଥିତ ବଡ଼ କ୍ରସର, ବାଗ ଡଙ୍ଗର ଓ ମୁଗ ଡଙ୍ଗର ପାହାଡ଼ରେ ଚାଲିଥିବା ପଥର କୁଆଁରୀରେ ହେଉଥିବା ବ୍ଲାଷ୍ଟିଂ ଯୋଗୁଁ ଜୀବନ ଜୀବିକା ବିପଦ ସଙ୍କୁଳ ହେବା ସଙ୍ଗେ ପଥର ବ୍ଲାଷ୍ଟିଂ ଯୋଗୁଁ ଘର ଦ୍ଵାର ଭୁଷୁଡି ପଡିବା, କ୍ରସର୍ ଗୁଣ୍ଡ ଓ ପଥର ଖଣ୍ଡରେ ଏକର ଏକର ଚାଷ ଜମି ପୋତି ହୋଇଯିବା ଭଳି ସ୍ଥିତି ଉପୁଜିଛି । ତେଣୁ ଏହି କ୍ରସରମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବା ସହ ଓ ବାଗ ଡଙ୍ଗର ଓ ମୁଗ ଡଙ୍ଗର ପାହାଡ଼ର ଲିଜ ବାତିଲ କରିବାକୁ ଦାବୀ କରିଛନ୍ତି ।

ଆଜିର ଏହି ଶୋଭାଯାତ୍ରାରେ ନଗର ସଭାପତି ନିତ୍ୟାନନ୍ଦ ମାଝି, ଜିଲ୍ଲା ସଂଗଠକ ଥବୀର ପୁଝାରୀ, ବ୍ଲକ ଉପସଭାପତି ଇନ୍ଦ୍ରମଣି ମାଝି, ସମ୍ପାଦକ ଘାସି ରାମ ମାଝି, ସହ ସମ୍ପାଦକ ସୁନିଲ ମାଝି, ନାରୀ ନେତ୍ରୀ ମୀରା ଭୋଇ, ଲକ୍ଷ୍ମୀ ମାଝୀ, ସରସ୍ଵତୀ ଭୋଇଙ୍କ ସହ ଶହ ଶହ ମହିଳା ଓ ପୁରୁଷ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.