ସିଙ୍ଗବାହାଲିପଡ଼ାକୁ ରାଜସ୍ୱ ଗ୍ରାମ କରାଯିବାକୁ ବିରୋଧ : ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଶିଶକେଲା ଗ୍ରାମବାସୀଙ୍କ ପକ୍ଷରୁ ଦାବୀପତ୍ର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଶିଶକେଳା ପଂଚାୟତର ସିଙ୍ଗବାହାଲିପଡାକୁ ରାଜସ୍ୱ ଗ୍ରାମ କରାଯିବାକୁ ଶିଶକେଲା ଗାଁ ଲୋକେ ବିରୋଧ କରି ସଇଁତଲା ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି । ଏହି ଶିଶକେଲା ଗାଁର ପ୍ରଜାଙ୍କ ଜମି, ଉଠା ଜଳସେଚନ ପଏଣ୍ଟ, ମଣ୍ଡି, ଗ୍ରାମ୍ୟ ଜଙ୍ଗଲ, ମଶାଣି ଭୂଇଁ, ଖେଳ ପଡିଆ, ପୋଖରୀ, ଗୋଚର ଜମିକୁ ପଡ଼ା ଲୋକଙ୍କ ଦର୍ଶାଇ ନୂତନ ରାଜସ୍ୱ ଗ୍ରାମ କରାଯିବାକୁ ସରକାରଙ୍କ ଠାରେ ଆବେଦନ କରାଯାଇଥିବା ନେଇ ଶିଶକେଲା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ସହିତ ଶିବ ଓ ଚଣ୍ଡି ମନ୍ଦିରରେ କେଉଁ ଆବାହମାନ କାଳରୁ ଗାଁ ଲୋକେ ପୂଜା କରି ଆସୁଥିବା ବେଳେ ପ୍ରତି ଦଶହରାରେ ଯାନୀଯାତ୍ରା ହେଉଛି ଓ ପ୍ରତି ତିନି ବର୍ଷରେ ଗହଁକା ପ୍ରଗଣାର ୧୪ ଖଣ୍ତ ଗ୍ରାମକୁ ନେଇ ଦେଶ ଯାତ୍ରା ଅନୁଷ୍ଠିତ ହେଉଥିବା ସେମାନେ କହିଛନ୍ତି । ଏହି ମନ୍ଦିରକୁ ସିଙ୍ଗବାହାଲି ଲୋକେ ନିଜ ଅଧୀନସ୍ଥ ଦର୍ଶାଇ ଗଣ୍ଡଗୋଳ କରିଆସୁଛନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରି ସିଙ୍ଗବାହାଲି ସ୍ୱତନ୍ତ୍ର ଗ୍ରାମ ଅଧିବାସୀ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ସିଙ୍ଗବାହାଲିକୁ ସ୍ୱତନ୍ତ୍ର ଗ୍ରାମର ମାନ୍ୟତା ଦେଲେ ଦୁଇ ଗ୍ରାମ ମଧ୍ୟରେ ଅଧିକ ତିକ୍ତତା ସୃଷ୍ଟି ହେବା ସହ ଗଣ୍ଡଗୋଳର ଆଶଙ୍କା ରହିଥିବା ଦାବୀପତ୍ରରେ ଦର୍ଶାଯାଇଛି । ଏହି ଦାବୀପତ୍ର ଦେବା ସମୟରେ ଶିିଶକେଳା ଗ୍ରାମ୍ୟ କମିଟି ସଭାପତି ତ୍ରିଲୋଚନ ରଣାଙ୍କ ନେତୃତ୍ଵରେ ଅଙ୍କିଲେଶ୍ୱର୍ ରଣା, ହାତୀ ମାଝୀ, ରାମେଶ୍ୱର ମାଝୀ, ହରେକୃଷ୍ଣ ରଣା, ଭୂଜନ ରଣା, ଉମାକାନ୍ତ ରଣା, ପବିତ୍ର ସାହୁ, ଭାଗିରଥି ରଣା, ଜୟସିଂହ ରଣା, ଗଜେନ୍ଦ୍ର ରଣା, ବୁଧୁ ନାଗ ଓ ଶିିଶକେଳା ଗ୍ରାମର ୧୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.