ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦେଓଗାଁ ବ୍ଲକ ଲୋକ ଉନ୍ନତି ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (କେପିଏନ୍‌ଏସ୍‌) : ଆଜି ଦେଓଗାଁ ବ୍ଲକ ଲୋକ ଉନ୍ନତି ସଂଗଠନର ସମ୍ପାଦକ ମିଥୁନ ସୁନା ଏବଂ ସଭ୍ୟସଭ୍ୟାମାନଙ୍କ ଉପସ୍ଥିତିରେ ସ୍ୱଚ୍ଛ ଗ୍ରାମ ଅଭିଯାନର ଦାବୀପତ୍ର ବିଡ଼ିଓ ସୁରେନ୍ଦ୍ର ମେହେରଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବୀପତ୍ରରେ ୧୬ଟି ଗ୍ରାମ ପଂଚାୟତର ୯୬ଟି ଗ୍ରାମରେ ରାସ୍ତା କଂକ୍ରିଟକରଣ ଓ ମରାମତି, ଗ୍ରାମଗୁଡିକର ଦାଣ୍ଡରେ ଡ୍ରେନ ନିର୍ମାଣ, ନଳକୂପ ଗୁଡିକର ମରାମତି, ନୂତନ ନଳକୂପ ଖନନ, ପାଇଖାନାଗୁଡିକର ନିର୍ମାଣ, ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଗୃହ ନିର୍ମାଣ ଓ ପାନୀୟ ଜଳ ସମସ୍ୟା ପୂରଣ, ଗ୍ରାମମାନଙ୍କରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ବୋଲି ଉଲ୍ଲେଖ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଦେଓଗାଁ ବ୍ଲକ ଲୋକ ଉନ୍ନତି ସଂଗଠନର ସମ୍ପାଦକ ମିଥୁନ ସୁନା, ଅଭିମନ୍ୟୁ ମହାନନ୍ଦ, ଲୋକ ଉନ୍ନତି ସଂଗଠନର କର୍ମକର୍ତା ବ୍ଲକ ସଂଯୋଜକ ରୁପାଧର ପୁଟା, ଶ୍ରୀବସି ନାଗ, ବିଦ୍ୟାଧର ଜାଲ, ବନମାଳୀ ଛତ୍ରିଆ, ଶରତ ସୁନା ଓ ସୁଶୀଲ ନନ୍ଦ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.