centurian jitm

ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମ୍ମୁ କାଶ୍ମୀରର ପର୍ଯ୍ୟଟନସ୍ଥଳ ପହଲଗାମ ଠାରେ ଅପରାହ୍ନରେ ସ୍ପଷ୍ଟ ଦିବା ଲୋକରେ ପର୍ଯ୍ୟଟକଙ୍କ ଉପରେ ଆକ୍ରୋସ ମୂଳକ ଭାବେ ତାଙ୍କର ଧାର୍ମିକ ପରିଚୟ ପଚାରି ଏବଂ ତାପରେ ଗୁଳି ଚଳାଇ ନିର୍ମମ ହତ୍ୟା କରିଥିଲେ ଆତଙ୍କବାଦୀ । ଏହି ପରି ପ୍ରାୟୋଜିତ ଆତଙ୍କବାଦ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ଗଭୀର କୁଠାର ଘାତ ଓ ସମଗ୍ର ଦେଶବାସୀଙ୍କ ପାଇଁ ଏକ ଚିନ୍ତା ଜନକ ବିଷୟ ଅଟେ । ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ତାଙ୍କୁ କଠୋର ଦଣ୍ଡ ଦେବା ସହ ଆଗାମୀ ଦିନରେ ଏହି ଭଳି ଘଟଣା ନ ଘଟେ ସେଥିପାଇଁ ସରକାର ଯଥାଶୀଘ୍ର ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଭକ୍ତ ଚରଣ ସାହୁ, ଜୟ ନାରାୟଣ ତ୍ରିପାଠୀ, ସୁରେଶ ରାମ ଚନ୍ଦାନୀ, ଦିବ୍ୟ ପଣ୍ଡା, ଗୁଣମଣି ପଟେଲ, କେଶବ ଜାଲ, ସ୍ୱରୂପ କାନୁନଗୋ, ଅଙ୍କିତ ରାମ ଚନ୍ଦାନୀ, ଓ ହିନ୍ଦୁ ଏକତା ମଞ୍ଚର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.