oom

ବୁଦେଲଗୁମା ଗାଁର ଶହେ ପରିବାରର ଦାବୀ ପୂରଣ : ୩୦ବର୍ଷ ପରେ ଜାଗା ଚିହ୍ନଟ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୩୦ବର୍ଷ ପରେ ଶତାଧିକ ପରିବାର ପାଇଥିବା ୪ ଡିସମିଲ ଲେଖାଏଁ ଜାଗାକୁ ଦେଓଗାଁ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚିହ୍ନଟ କରି ବାସହୀନଙ୍କୁ ଭୂମି ପ୍ରଦାନ କରିଥିବା ଜଣାପଡ଼ିଛି । ଏପରି ଏକ ଖବର ଜଣାପଡ଼ିଛି ଦେଓଗାଁ ତହସିଲ ଅଧିନରେ ଥିବା ମହଲାଇ ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ବୁଦେଲଗୁମା ଗାଁରେ । ବୁଦେଲଗୁମା ଗାଁର ଶହେ ଜଣ ବାସହୀନ ପରିବାରଙ୍କୁ ୧୯୯୫ ମସିହାରେ ୪ ଡିସମିଲ ଲେଖାଏଁ ଘର ଡିହ ପ୍ରଦାନ କରିବା ପାଇଁ ପଟ୍ଟା ଦିଆଯାଇଥିଲା । ପଟ୍ଟା ପାଇବା ଦିନରୁ ଏହି ବାସହୀନ ପରିବାର ନିଜ ନିଜ ଜାଗା ଚିହ୍ନଟ କରିଦେବାକୁ ବାରମ୍ବାର ଦାବୀ କରି ଆସୁଥିଲେ, ହେଲେ ବର୍ତ୍ତମାନର ଦେଓଗାଁ ତହସିଲଦାର ବିକ୍ରମ କେଶରୀ ନାୟକ, ଅତିରିକ୍ତ ତହସିଲଦାର ସମକେଶ ନାୟକଙ୍କ ସହ ଦେଓଗାଁ ତହସିଲର ସମସ୍ତ ଆର୍‌ଆଇ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ସହଯୋଗରେ ପଟ୍ଟା ପାଇଥିବା ଶହେ ପରିବାରକୁ ଜମି ଚିହ୍ନଟ କରାଯାଇଥିବାରୁ ବୁଦେଲଗୁମା ଗ୍ରାମବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.