
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମଣ୍ଡଲ ପକ୍ଷରୁ ଆଜି ୬ଦଫା ଦାବୀନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ଥାନାଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଚାଷୀ ଅଧିକାର ର୍ୟାଲି ଆରଡିସି ଅଫିସ ଘେରାଉ ସମ୍ବଲପୁର ଠାରେ ଗତ ୨୧ ତାରିଖ ଦିନ ବିଜେପିର ନେତୃବୃନ୍ଦଙ୍କ ସହିତ ହୋଇଥିବା ଅନ୍ୟାୟ ବିରୁଦ୍ଧରେ ଓଡିଶା ସରକାରକୁ ଜବାବ୍ ଦାବୀ ପୂରଣ ନହେବା ଏହିଭଲି ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି । ୬ ଦଫା ଦାବୀ ଗୁଡିକ ମଧ୍ୟରୁ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସମସ୍ତ ଧାନ ସରକାରଙ୍କ ଦ୍ୱାରା କିଣାଯାଉ, ରାଜ୍ୟ ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ଜିଲ୍ଲାରେ ଡିଏଲପିସି ମାଧ୍ୟମରେ ଲକ୍ଷ୍ୟଧାର୍ଯ୍ୟ କରାଯାଉ, ଚଳିତ ଖରିଫ ରୁତୁରେ ଫେରସ୍ତ ହୋଇଯାଇଥିବା ସମସ୍ତ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ, ମଣ୍ଡିରେ ପଡିଥିବା ଧାନକୁ ତୁରନ୍ତ ଉଠାଯାଉ, କଟନି ଛଟନି ବନ୍ଦ କରାଯାଉ, କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ତୁରନ୍ତ ପଠାଯାଉ ଆଦି ଦାବୀ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପଂଚାନନ ନାଏକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ବିଜେପି ମଣ୍ଡଳ ସଭାପତି କ୍ଷୀର ବଚ୍ଛା, ତ୍ରିବିକ୍ରମ ବଚ୍ଛା, ନରସିଂହ ଥନାପତି, ଖରତ ବାଗ, ପୂର୍ଣ୍ଣଚନ୍ଦ୍ର ହଂସ, କୁଷଧ୍ୱଜ ବେହେରା ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ମାନେ ସାମିଲ ହୋଇଥିଲେ ।