ମୋବାଇଲ୍ ଟାୱାର ସମସ୍ୟାକୁ ନେଇ ଓଡ଼ିଶା ପତ୍ରକାର ସଙ୍ଘର ଦାବୀ ପତ୍ର ଉପଜିଲ୍ଲାପାଳ ଓ ବିଏସ୍ଏନ୍ଏଲ୍ଏ ଜି ଏମକୁ ଦାବୀ ପତ୍ର

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ଉପାନ୍ତ ଆଦିବାସୀ ବିଚ୍ଛିନ୍ନାଞ୍ଚଳ ମାନଙ୍କରେ ଏବେ ମଧ୍ୟ ଟାୱାର ଖଣ୍ଡେ ନାହିଁ, ସ୍ୱାସ୍ଥ୍ୟ ସମ୍ବଦୀୟ ଜରୁରୀ ସେବା ଆମ୍ବୁଲାନ୍ସ ଡକା ହେଉ କିମ୍ବା ଘଟଣା ଦୁର୍ଘଟନାରେ ପରିଜନକୁ ଯୋଗାଯୋଗ ହେଉ ଏସବୁ ପାଇଁ ଟାୱାର ଖଣ୍ଡିକ ଅତ୍ୟାବଶ୍ୟକ ଅଟେ । ଛାତ୍ର ଛାତ୍ରୀଙ୍କ ପାଠ ପଢା ସହ ପଂଚାୟତରୁ ଚାଉଳ ଆଣିବା ବେଳେ କିମ୍ବାମ୍ବକିଓ ସ୍କୋ ବ୍ୟାଙ୍କରେ ଟଙ୍କା ଲେନ୍ ଦେନରେ ଜରୁରୀ ଓଟପି ଏସବୁ ପାଇଁ ମୋବାଇଲ ଟାୱାର ନିହାତି ଜରୁରୀ ଅଟେ । କିନ୍ତୁ ତୁରେକେଲା ବ୍ଲକରେ ବିଭିନ୍ନ ପଂଚାୟତ ମାନଙ୍କରେ ଏବେ ମଧ୍ୟ ଟାୱାର ଭଲ ଭାବରେ ମିଳୁନାହିଁ । ଏସବୁ ସମସ୍ୟାର ସମ୍ପୁର୍ଣ୍ଣ ସମାଧାନ ପାଇଁ ଲୋକେ ବାରମ୍ବାର ଦାବି କଲେ ସୁଦ୍ଧା ତାର କୌଣସି ଆଶାନୁରୂପ ସମସ୍ୟାର ସମାଧାନ ହୋଇ ପାରିନାହିଁ, ଯା ଫଳରେ ସଂପୃକ୍ତ ଅଞ୍ଚଳ ର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ନିର୍ବାଚନ ବେଳେ ଜନତାଙ୍କୁ ମିଛ ପ୍ରତିଶ୍ରୁତି ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ଜନସାଧାରଣ, ସୂଚନା ଅନୁସାରେ କମେଇମୁଣ୍ଡ। ପଞ୍ଚାୟତ, ବଡବାଙ୍କି ପଞ୍ଚାଯତ ଢ଼ୋଲମାନ୍ଦଲ ପଂଚାୟତ ଗାଁମାନଙ୍କରେ ମୋବାଇଲ ଟାୱାର ଆସୁନଥିବା ପ୍ରାୟତଃ ଦେଖିବାକୁ ମିଳିଛି, ତେବେ ଏହି ସମସ୍ୟାର ସମାଧାନ ପାଇଁ ଓଡ଼ିଶା ପତ୍ରକାର ସଙ୍ଘର ବଲାଙ୍ଗିର ଶାଖା ସଭାପତି ତୁଳସୀ ରାମ ଜଗତଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ବଲାଙ୍ଗିର, ବି, ଏସ, ଏନ୍ ଏଲ, ଏଜିଏମ୍ ବଲାଙ୍ଗିରକୁ ଯାଇ ଦାବୀ ପତ୍ର ଦେଇ ଛନ୍ତି, ତେବେ ସେହି ଅଞ୍ଚଲରେ ଶୀଘ୍ର ମୋବାଇଲ ଟାୱାର ଯୋଗାଇ ଦେବାକୁ ଦାବୀ ପତ୍ର ପ୍ରଦାନ କରାଯାଇଛି, ଏହି ଅବସରରେ ସଙ୍ଘର ଉପସଭାପତି ଟିକେଶ୍ୱର୍ ତାଣ୍ଡି, ପିତାମ୍ବର ଦୀପ , ମିନିକେତନ୍ ନିଆଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.