କଟା ହେଲା ଏନ୍‌ଏଚ୍‌ କଡର ଶତାଧିକ ବର୍ଷ ପୁରୁଣା ୨ଟି ତାଳଗଛ : ଦୀର୍ଘ ଦିନ ପରେ ପୂରଣ ହେଲା ପଥିକ ଓ ଅଞ୍ଚଳବାସୀଙ୍କ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ସମ୍ମୁଖ ଓ ଜାତୀୟ ରାଜପଥ କଡ଼ରେ ଥିବା ଶତାଧିକ ବର୍ଷର ପୁରୁଣା ୨ଟି ତାଳଗଛକୁ ଶନିବାର ଦିନ ୧୦ଟା ସମୟରେ ଏନ୍‌ଏଚ୍‌ ଏସ୍‌ଡିଓ କୈଳାଶ ଚନ୍ଦ୍ର ଦାଶ, ଓଡ଼ିଶା ଫରେଷ୍ଟ ଡିଭିଜନ କରପୋରେସନ ଶ୍ରୀଯୁକ୍ତ ମିଶ୍ର, ସଇଁତଲା ରେଞ୍ଜ କନ୍ଧକେଳଗାଁ ଫ‌ରେଷ୍ଟର ସୁଶୀଲ ପୁଟା, ଗାର୍ଡ଼ ମୁରଳୀ ବେହେରା, ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଗଛ କଟା ଯାଇଥିଲା । ଦୀର୍ଘ ୭ ଘଣ୍ଟା ସମୟ ଧରି ଗଛ କଟା କାମ ଚାଲିଥିଲା । ପ୍ରଥମ ଗଛଟି ପୂର୍ବ ପ୍ରସ୍ତୁତି ଅନୁଯାୟୀ ପଡ଼ି ଯାଇଥିବା ବେଳେ ଦ୍ଵିତୀୟ ଗଛଟି କଟା ଯିବା ପରେ ଅନ୍ୟ ଏକ ଆମ୍ବ ଗଛ ଉପରେ ପଡ଼ି ଯାଇଥିଲା । ଫଳରେ କ୍ରେନ୍ ଗାଡ଼ି ଅଣାଯାଇ ଗଛକୁ ଉକ୍ତ ଆମ୍ବ ଗଛରୁ କଢ଼ାଯାଇଥିଲା । ଏହା ପରେ ଗଛକୁ ରାସ୍ତା ଉପରୁ ହଟା ଯାଇଥିଲା । ଜାତୀୟ ରାଜପଥରୁ ତାଳଗଛ କାଟିବା ଦେଖି ଦେଓଗାଁ ବଙ୍ଗଳା ବସ୍‌ଷ୍ଟେସନର ଦୋକାନୀମାନଙ୍କ ସହ ପଥିକମାନେ ଖୁସି ପ୍ରକାଶ କରିଛନ୍ତି । ଏହି ତାଳଗଛ ଦ୍ୱୟକୁ ରାସ୍ତା ଉପରୁ ହଟାଇବା ପାଇଁ ଦୀର୍ଘ ଦିନରୁ ଅଞ୍ଚଳବାସୀ ତଥା ସ୍ଥାନୀୟ ବାସୀ ଷ୍ଟେସନର ବ୍ୟବସାୟୀମାନେ ଦାବୀ କରି ଆସୁଥିଲେ ।

jittmm
Leave A Reply

Your email address will not be published.