ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୮ତାରିଖ ଦିନ ଲଗାଣ ବର୍ଷ ଫଳରେ ଦେଓଗାଁ ବ୍ଲକ ଜରାସିଂହା ମାଲିପଡ଼ାର ବୁଦ୍ଧଦେବ ସିଂ ଚିନ୍ଦାଙ୍କ ଝାଟିମାଟି ଘର ବର୍ଷାରେ ଭାଙ୍ଗି ନଷ୍ଟ ହୋଇଯାଇଛି । କ୍ଷତିଗ୍ରସ୍ତ ଶ୍ରୀ ସିଂ ଚିନ୍ଦାଙ୍କ ଘର ଭାଙ୍ଗିଯିବା ବିଷୟରେ ପ୍ରଥମରେ ଜରାସିଂହା ପଞ୍ଚଚାୟତ ସମିତି ସଭ୍ୟ ଅମିତ ତ୍ରିପାଠୀ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି ସହାୟତା ଦାବୀ କରିଥିଲେ । ଅନୁରୋଧ କ୍ରମେ ବୁଧବାର ଦିନ ଦେଓଗାଁ ତହସିଲଦାର ତାରପୋଲିନର ବ୍ୟବସ୍ଥାା କରିବା ସହ ତଦନ୍ତ ପରେ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଲକରେ ପ୍ରତି ବର୍ଷ ଶହ ଶହ ସଂଖ୍ୟାରେ ଆବାସ ଯୋଜନାରେ ଘର ଯୋଗାଉଥିବା ବେଳେ ଏପର୍ଯ୍ୟନ୍ତ ଅନେକ ପରିବାର ଅଛନ୍ତି, ଯେଉଁମାନେ ଘର ନ ପାଇ ଝାଟିମାଟି ଘରେ ରହୁଛନ୍ତି । ବିଭିନ୍ନ ସମୟରେ ବଡ଼ ବଡ଼ିଆମାନେ ଆବାସ ଯୋଜନାରେ ଘର ନେଉଥିବା ଅଭିଯୋଗ ହେଉଛି । ଉଚିତ୍ ତଦନ୍ତ କରି ଉପଯୁକ୍ତ ହିତାଧିକାରୀଙ୍କ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।
Next Post