ମକାକୁ ମିଳୁନି ବଜାର ସୁବିଧା : ମଣ୍ଡି ବ୍ୟବସ୍ଥା କରିବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଚାଷୀମାନଙ୍କ ପାଇଁ ଅନେକ ଗୁଡିଏ ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ସେହି ଯୋଜନା ଗୁଡିକ ଠିକ୍‌ ସେ ପହଂଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି । ଚାଷୀ କେତେ ଝଡ଼ ଜଂଜାଳ ସହିବା ସହ ସାଉକାରଙ୍କ ଠାରୁଧାର କରଜ ଆଣି ଚାଷୀ ଚାଷ କାମ ଆରମ୍ଭ କରୁଛି । ଅମଳ କରିଥିବା ଫସଲ ବିକ୍ରି କରିବାକୁ ଗଲେ ଠିକ ଦାମରେ ବିକ୍ରି କରି ପାରୁନି । କମ୍‌ ଦାମରେ ବିକ୍ରି କରି ସବୁବେଳେ କ୍ଷତି ସହୁଛି ଚାଷୀ । ସରକାର ଖାଲି ଲୋକ ଦେଖାଣିଆ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ସବୁ ଯୋଜନା ଗୁଡ଼ିକ କାହା ପାଇଁ କରିଛନ୍ତି ବୋଲି ଅଭିଯୋଗ ହେଉଛି । ବାରମ୍ବାର ଚାଷୀ ଓ କୃଷକ ସଂଗଠନ ମଣ୍ଡି କିମ୍ବା ଅନେକ ସମସ୍ୟାର ଦାବୀ କରି ଆସୁଥିଲେ ହେଁ ପ୍ରଶାସନ ଶୁଣୁ ନାହାନ୍ତି । ପାଟଣାଗଡ଼ ଅଂଞ୍ଚଳରେ ଅନେକ ଚାଷୀ ଦୀର୍ଘ ଦିନହେଲା ମକା ଚାଷ କରି ଆସୁଛନ୍ତି କିନ୍ତୁ ଏହି ଅଂଚଳରେ ବିକ୍ରି କରିବା ପାଇଁ କୌଣସି ପ୍ରକାର ସରକାରୀ ସୁବିଧା ନାହିଁ । ସେଥିପାଇଁ ସବୁବେଳେ ଚାଷୀମାନେ ଅଭାବି ବିକ୍ରିର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଳାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବନେଇମୁଣ୍ଡା ପଞ୍ଚାୟତ ବିଜାମାଗୁର ଗ୍ରାମର ଜଣେ ଯୁବ ସଫଳ ଚାଷୀ ମେନେଜର ସାହୁ । ୧ଏକର ତାଙ୍କ ନିଜ ଜମିରେ ମକା ଚାଷ କରିଛନ୍ତି । ବିକ୍ରି କରିବା ପାଇଁ ମଣ୍ଡି ବା କୌଣସି ସୁବିଧା ନଥିବାରୁ ସେ ବେପାରୀଠାରେ କମ୍‌ ଦାମରେ ବିକ୍ରି କରୁଥିବା ସହ ତାଙ୍କ ନିଜ ଗ୍ରାମ ବିଜାମାଗୁରରୁ ବାଇରେ ଆଣି ବଳାଙ୍ଗିର ପାଟଣାଗଡ ମୁଖ୍ୟ ରାସ୍ତା କଡରେ ଭଇଁଷା ବସ ଷ୍ଟାଣ୍ଡଠାରେ ବିକ୍ରି କରୁଛନ୍ତି । ଖାଇବା ପାଇଁ ମକା ବେଶ ସ୍ୱାଆଦିଆ ହୋଇ ଥିବା ବେଳେ ରାସ୍ତାରେ ଯାଉଥିଇବା ଲୋକମାନେ ମକାକୁ ଦେଖି କିଣିବା ପାଇଁ ଭିଡ଼ ଦେଖିବାକୁ ମିଳୁଛି । ଏନେଇ ପାଟଣାଗଡ ଜିଲ୍ଲା କୃଷି ଅଧିକାରୀ ଗୁରେନ୍ଦ୍ରନାଥ ସିଂଙ୍କୁ ଯୋଗାଯୋଗ କରିବାରୁ ମକା ଚାଷ ପାଇଁ ସେପରି କିଛି ବ୍ୟବସ୍ଥା ତ ନାହିଁ ଯଦି ଜିଲ୍ଲାପାଳ ଚାହିଁଲେ କିମ୍ବା ତାଙ୍କ ଅନୁମୋଦନ ହେଲେ ମଣ୍ଡି ହୋଇପାରିବ ବୋଲି କହିଛନ୍ତି ।

Leave A Reply

Your email address will not be published.