ଗୋମାତାଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଲା ଶିବସେନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଶିବସେନା ଦଳ ପକ୍ଷରୁ ଗୋମାତାଙ୍କୁ ରାଜ୍ୟ ମାତା ଭାବରେ ଘୋଷଣା କରି ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗୋ ହତ୍ୟା କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ଦେବା ସହ ଗୋଚାଲାଣକାରୀଙ୍କୁ ଦଶବର୍ଷ କାରାଦଣ୍ଡ ଓ ଦଶଲକ୍ଷ ଟଙ୍କାର ଜୋରିମାନା ଆଦାୟ କରିବା ସହ ଅସହାୟ ବୁଲା ଗୋରୁଗାଈଙ୍କ ଥଇଥାନ କରିବା ପାଇଁ ଉନ୍ନତ ଧରଣର ଗୋସାଲା ନିର୍ମାଣ କରିବା ତଥା ଗୋରକ୍ଷକଙ୍କ ସୁରକ୍ଷା ସହ ଗୋ ସୁରକ୍ଷା ସହିଦ ପରିବାରଙ୍କୁ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ତଥା ଓଡିଶାର ସମସ୍ତ ଗୋଚର ଜମି ଜବର ଦଖଲ ମୁକ୍ତ କରିବା ପାଇଁ ଓ ସମସ୍ତ ମୃତ ଗୋମାତାଙ୍କ ଚମଡା ଓ ମାଂସକୁ ବିକ୍ରି କରାନଯାଇ ସସମ୍ମାନେ ଗୋମାତାଙ୍କ ଶବ ସତ୍କାର କରିବା ପ୍ରଭୃତି ଦାବିପତ୍ରରେ ଉଲ୍ଲେଖ କରାଯାଇଛି‌ । ଆଜି ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଶିବସେନା ସଭାପତି ଶିବ ପ୍ରସାଦ ଦାଶ, ସଂପାଦକ ଶମ୍ଭୁ ପ୍ରସାଦ ହୋତା, ଏସସି ସେଲ୍ ସଭାପତି ରାଜୁ ଜଗଦଲା, ଓବିସି ମୋର୍ଚ୍ଚା ସଭାପତି ସରୋଜ କୁମାର ବାରିକ, ଗୋ ସୁରକ୍ଷା ଆଶିଷ କୁମାର ଷଡ଼ଙ୍ଗୀ, ଗୋବିନ୍ଦ ଚନ୍ଦ୍ର ନାୟକ, ଚନ୍ଦନ ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.