ଦିବ୍ୟାଙ୍ଗ ମହିଳାଙ୍କୁ ତିନି ଚକିଆ ସାଇକେଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଦାବୀ

କାମାକ୍ଷାନଗର, (ତାପସ ଦାସ) : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓକାଟେଣୀ ଗାଁର ଦଳିତ ସାହିର ହୁଣ୍ଡି ନାଏକ ୧୮ ବର୍ଷ ହେଲା ଘୁଷୁରି ଘୁଷୁରି ଚଳପ୍ରଚଳ କରନ୍ତି । ଗାଧୋଇବାଠାରୁ ଆରମ୍ଭ କରି ଶୌଚ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପାଇଁ ସ୍ବାମୀ ବା ପୁଅ ଉପରେ ନିର୍ଭର କରିଥାନ୍ତି । ସ୍ବାମୀ ଜଣେ ଦିନ ମଜୁରୀଆ ଅଟନ୍ତି । ପୁଅର ଜନ୍ମ ପରଠାରୁ ଗୋଡ଼ ହାତ ଅକାମୀ ହୋଇଯାଇଥିବା ସେ କହିଛନ୍ତି । ତାଙ୍କର ପାଇଖାନା କି ଘର ଖଣ୍ଡିଏ ନଥିବାରୁ ଘୁଷୁରି ଘୁଷୁରି ପଡିଆକୁ ଶୌଚ ପାଇଁ ଯାଆନ୍ତି ବୋଲି ଜରାଇଛନ୍ତି । ସରକାର ଏହି ଦିବ୍ୟାଙ୍ଗ ମହିଳାଙ୍କୁ ଗୋଟିଏ ତିନି ଚକିଆ ସାଇକେଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.