
ଦିଲ୍ଲୀପ ପାଣ୍ଡେଙ୍କ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଦାବୀରେ ଝାରମୁଣ୍ଡା ଗ୍ରାମବାସୀଙ୍କ ଏସ୍ପିଙ୍କ ନିକଟରେ ଦାବୀ

ବଲାଙ୍ଗିର, (କେପିଏନ୍ଏସ୍) : ଦିଲ୍ଲୀପ ପାଣ୍ଡେଙ୍କ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ଦାବୀରେ ଝାରମୁଣ୍ଡା ଗ୍ରାମବାସୀମାନେ ଏସ୍ପିଙ୍କ ନିକଟରେ ଦାବୀ କରିଛନ୍ତି । ସୂଚନା ଅନୁସାରେ ଝାରମୁଣ୍ଡାର ଦିଲ୍ଲୀପ ପାଣ୍ଡେ ହତ୍ୟା ଘଟଣାରେ ଲୋଇସିଂହା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଆଣି ତିନି ଚାରି ଦିନ ହେଲା ଥାନାରେ ଅଟକ ରଖିଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ ପାଇଁ ଗ୍ରାମବାସୀମାନେ ଏସ୍ପିଙ୍କ ପାଖରେ ଦାବୀ କରିଛନ୍ତି ।