ନକଲି କିନ୍ନର ଚିହ୍ନଟ ଦାବି

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ବୁଲୁଥିବା ନକଲି କିନ୍ନର ଚିହ୍ନଟ ପାଇଁ ଦାବି ହୋଇଛି । କଣ୍ଟାବାଞ୍ଜିରୁ ଆସିଥିବା ପ୍ରାୟ ୭ ଜଣ କିନ୍ନର ଖଡ଼ିଆଳ ସହରରେ ବୁଲୁଥିବା କିଛି କିନ୍ନରଙ୍କୁ ନକଲି କିନ୍ନର କହି ଖଡ଼ିଆଳ ଥାନାକୁ ନେଇଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ କିଛିଲୋକ ପରିବାର ପ୍ରତିପୋଷଣ କରିବା ନାମରେ କିନ୍ନର ବେଶଧରି ବୁଲୁଛନ୍ତି । ଏପରିକି ଲୋକଙ୍କୁ ଠକୁଛନ୍ତି । ଫଳରେ ପ୍ରକୃତ କିନ୍ନରମାନେ ବଦନାମ ହେଉଛନ୍ତି । କିଛିଦିନ ତଳେ ତୁକୁଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ କିଛି ନକଲି କିନ୍ନର ଯାଇ ଝଡ଼ାଫୁଙ୍କା କରିବା ନାମରେ ସୁନା ଚେନ୍ ଚୋରି କରିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା । ଫଳରେ ପ୍ରକୃତ କିନ୍ନରମାନେ ବଦନାମ ହୋଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ତେଣୁ ନକଲି କିନ୍ନରଙ୍କୁ ଚିହ୍ନଟ କରିବାକୁ ଥାନାରେ ନିବେଦନ କରିଥିଲେ । ଏନେଇ ଖଡ଼ିଆଳ ଥାନା ଅଧିକାରୀ ପ୍ରଦୀପ ଧରୁଆ ପଚାରିବାରୁ ସେମାନଙ୍କ ମଧ୍ୟରେ ଅପୋଷ ବୁଝାମଣା ହୋଇଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.