ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଏନ୍ଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋରଠାରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ଲାଠୋର ନାଗରିକ କ୍ରିୟାନୁଷ୍ଠାନ କମିଟିର ଭୋଜରାଜ ମେହେରଙ୍କ ନେତୃତ୍ୱରେ ବଣିକ ସଂଘ, ସମସ୍ତ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ୩୫ ଗୋଟି ଏନ୍ଏସି ଘୋଷଣା କରିଥିବାବେଳେ ଏଥିରୁ ବଲାଙ୍ଗିର ଜିଲ୍ଲାର ଲାଠୋର ବାଦ୍ ପଡିଥିବାରୁ ସ୍ଥାନୀୟ ଲୋକ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି । ବନ୍ଦ ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଏହି ବନ୍ଦରୁ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ଆନ୍ଦୋଳନ ଯୋଗୁଁ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ଅବସରରେ ଦଶରଥ ପାଣିଗ୍ରାହୀ, ପ୍ରବୀଣ ଅଗ୍ରୱାଲ, ମୁରଲୀ ମେହେର, ଦୁର୍ଗାପ୍ରସାଦ ବେହେରା, କାଶୀନାଥ ମେହେର ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ଭାରି ମାତ୍ରାରେ ପୋଲିସ ମୁତୟନ ହୋଇଛନ୍ତି ।
Next Post